18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଭିଏନା ବିଶ୍ୱର ସବୁଠୁ ବାସୋପଯୋଗୀ ସହର

ଭିଏନା ବିଶ୍ୱର ସବୁଠୁ ବାସୋପଯୋଗୀ ସହର

ସିଙ୍ଗାପୁର: ଲଣ୍ଡନସ୍ଥିତ ଇଆଇୟୁ (ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌) ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଅଷ୍ଟ୍ରିଆର ରାଜଧାନୀ ଭିଏନା ବିଶ୍ୱର ସବୁଠୁ ବାସୋପଯୋଗୀ ସହରଭାବେ ମାନ୍ୟତାଲାଭ କରିଛି । ପାଞ୍ଚଟି ପ୍ରସଙ୍ଗ ଯଥା ଷ୍ଟାବିଲିଟି (ସ୍ଥିରତା), ହେଲଥ୍‌କେୟାର (ସ୍ୱାସ୍ଥ୍ୟସେବା), କଲ୍‌ଚର ଆଣ୍ଡ୍ ଏନ୍‌ଭିରୋମେଣ୍ଟ (ସଂସ୍କୃତି ଓ ପରିବେଶ), ଏଡିକେସନ (ଶିକ୍ଷା) ଏବଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ଭିତ୍ତିଭୂମି)କୁ ନେଇ କରାଯାଇଥିବା ଏହି ସର୍ଭେରେ ମୋଟ ୧୭୩ ସହରକୁ ସାମିଲ କରାଯାଇଛି ।

ଭିଏନା ପଛକୁ କୋପେନ୍‌ହେଗେନ୍ (ଡେନ୍‌ମାର୍କ) ୨ୟ ସ୍ଥାନରେ ଥିବାବେଳେ ମେଲବୋର୍ଣ୍ଣ (ଅଷ୍ଟ୍ରେଲିଆ) ୩ୟ, ସିଡ୍‌ନୀ ୪ର୍ଥ, ଭାଙ୍କୋଭର (କାନାଡା) ୫ମ, ଜୁରିକ୍ (ସ୍ୱିଜରଲାଣ୍ଡ) ୬ଷ୍ଠ, ଜେନିଭା ଓ କାଲଗାରି (ସ୍ୱିଜରଲାଣ୍ଡ ଓ କାନାଡା) ଯୁଗ୍ମଭାବେ ୭ମ, ଟରୋଣ୍ଟୋ (କାନାଡା) ୯ମ ଏବଂ ଓସାକା ଓ ଅକ୍‌ଲାଣ୍ଡ (ଜାପାନ ଓ ନ୍ୟୁଜିଲାଣ୍ଡ) ଯୁଗ୍ମଭାବେ ୧୦ମ ସ୍ଥାନ ଅଧିକାର କରିଛନ୍ତି । ଭାରତର ୪ଟି ସହର ଯଥା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ତାଲିକାର ୪୫ରୁ ୫୦ତମ ସ୍ଥାନ ମଧ୍ୟରେ ରହିଥିବା ଜଣାପଡିଛି । ଲଣ୍ଡନ ଓନ୍ୟୁୟର୍କ ପୂର୍ବ ମାନ୍ୟତା ହରାଇ ଯଥାକ୍ରମେ ୪୬ ଓ ୬୯ ସ୍ଥାନରେ ରହିଛନ୍ତି ।

ଅପରପକ୍ଷରେ ସିରିୟା ରାଜଧାନୀ ଦାମାସ୍କସ୍ (୧୭୩) ସବୁଠୁ ଅନୁପଯୁକ୍ତ ସହରଭାବେ କୁଖ୍ୟାତିଲାଭ କରିଥିବାବେଳେ ଏହାପଛକୁ ତ୍ରିପୋଲି (ଲିବ୍ୟା), ଆଲଜିୟର୍ସ (ଆଲଜେରିଆ), ଲାଗୋସ (ନାଇଜେରିଆ), କରାଚି (ପାକିସ୍ତାନ), ପୋର୍ଟ ମୋରେସ୍‌ବି (ପାପୁଆ ନିଉ ଗିନି) ଓ ଢାକା (ବାଂଲାଦେଶ) ଯଥାକ୍ରମେ ୧୭୨,୧୭୧, ୧୭୦ ୧୬୯, ୧୬୮ ଓ ୧୬୭ତମ ସ୍ଥାନରେ ରହିଥିବା ଜଣାପଡିଛି । ୟୁକ୍ରେନ୍ ରାଜଧାନୀ କିଏଭ୍ ଗତବର୍ଷ ତାଲିକାରେ ଆଦୌ ସ୍ଥାନ ପାଇନଥିବାବେଳେ ଚଳିତବର୍ଷ ୧୬୫ତମ ସ୍ଥାନ ଅଧିକାର କରିଛି ।

୨୦୨୨ ଫେବୃଆରୀରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଲାଗିବା ପରଠାରୁ କିଏଭ୍‌ରେ ସ୍ଥିରତା ପ୍ରସଙ୍ଗ ଏକପ୍ରକାର ଲୋପ ପାଇଯାଇଛି । ତାଲିକାରେ ଉନ୍ନତି ଘଟାଇଥିବା ସହର ମଧ୍ୟରେ ୱେଲିଙ୍ଗଟ୍‌ନ (ନ୍ୟୁଜିଲାଣ୍ଡ),  ହାନୋଇ (ଭିଏତନାମ) ଓ କୁଆଲା ଲୁମ୍ପୁର (ମାଲେସିଆ) ସାମିଲ ଅଛନ୍ତି । ୱେଲିଙ୍ଗ୍‌ଟନ ୩୫ଟି ପାହ୍ୟା ଉପରକୁ ଉଠି ୨୩ତମ ସ୍ଥାନରେ ପହଞ୍ଚିଥିବାବେଳେ ହାନୋଇ ଓ କୁଆଲା ଲୁମ୍ପୁର ଯଥାକ୍ରମେ ୨୦ ଓ ୧୯ଟି ପାହ୍ୟା ଉପରକୁ ଉଠି ୧୨୯ ଓ ୧୩୩ତମ ସ୍ଥାନ ଅଧିକାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking