32.1 C
Bhubaneswar
Wednesday, September 18, 2024
Homeଦେଶ ବିଦେଶଶ୍ରେଣୀଗୃହରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭିଡିଓ ଭାଇରାଲ

ଶ୍ରେଣୀଗୃହରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର କୁହାଯାଏ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଆମ ଦେଶର ଭଗବାନଙ୍କ ମାନ୍ୟତା ଦିଆଯାଇଛି । ନିକ?ଟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଏମିତି ଏକ ଘୃଣ୍ୟ କାମର ଭିଡିଓ ସାମ୍ନାକୁ ଆସିଛି ଯାହାକୁ ତୀବ୍ର ନିନ୍ଦା କରାଯାଉଛି । ବିହାରର ଜହାନାବାଦରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଥିରେ ବିପିଏସସି ଶିକ୍ଷକଙ୍କ ଲଜ୍ଜାଜନକ କାମର ଏକ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଯେଉଁଥିରେ ଶିକ୍ଷକ ଜଣେ ଶିକ୍ଷୟିତ୍ରୀଙ୍କ ସହ ଅଶ୍ଳୀଳ କାମ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି ଏକ ଶ୍ରେଣୀଗୃହର ବୋଲି ଦାବି କରାଯାଉଛି । ଏଭଳି ଏକ ଭିଡିଓ ସାମ୍ନାକୁ ଆସିବା ପରେ ଡିପିଓ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଏହି ଭିଡିଓ ଜହାନାବାଦ ସଦର ବ୍ଲକର ଧନୋତି ପ୍ରାଥମିକ ବିଦ୍ୟାଳୟର ଅଟେ । ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଶିକ୍ଷକଙ୍କ ନାମ ମିଥିଲେଶ କୁମାର ବୋଲି କୁହାଯାଉଛି । ଯିଏକି ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ନଜର ଆସୁଛନ୍ତି । ଏହି ଭିଡିଓକୁ ଶିକ୍ଷକ ଜଣକ ନିଜେ ରେକର୍ଡ କରିଥିବା କୁହାଯାଉଛି । ଏହି ଭିଡିଓ ଟୁଇଟର ହ୍ୟାଣ୍ଡେଲ ଅପ୍ରାଣଜଲ ଯାଦବ ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଶିକ୍ଷକ ମିଥିଲେଶ କୁମାରଙ୍କ ତୀବ୍ର ନିନ୍ଦା କରିବା ସହିତ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଶିକ୍ଷକ ଜଣକ ଶ୍ରେଣୀଗୃହରେ ଯଦି ଏପରି କାମ କରି ପାରୁଛନ୍ତି ତାଙ୍କ ପାଖରେ ଛାତ୍ରଛାତ୍ରୀମାନେ ସୁରକ୍ଷିତ କିପରି ରହିବେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଭିଡିଓ ଭାଇରାଲ ହେବାପରେ ଡିପିଓ ଶିକ୍ଷକ ମିଥିଲେଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହି ନୋଟିସ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking