ଭୁବନେଶ୍ୱର : ଆସନ୍ତାକାଲି ବାହାରିବ ନିର୍ବାଚନ ଫଳାଫଳ । ତେବେ ଏହାକୁ ନେଇ ପୁଲିସ ଡିଜି କହିଛନ୍ତି ଯେ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ଓ ଫଳାଫଳ ଘୋଷଣା ପରେ ବିଜୟ ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ବିନା ହେବ ନାହିଁ । ସେହିପରି ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ ଏଥର ମାଓ ଅଞ୍ଚଳରେ ବିନା ହିଂସାରେ ନିର୍ବାଚନ କରାଯାଇପାରିଛି । ପ୍ରତି ଥର ନିର୍ବାଚନ ବେଳେ ଏହି ମାଓ ଅଧ୍ୟୁଷିତ ଅଞ୍ଚଳରେ ଘଟୁଥିବା ହିଂସାକୁ ନଜରରେ ରଖି ଆମେ ଏଥର ସେଠାରେ ସ୍ୱତନ୍ତ୍ର ଯୋଜନା କରିଥିଲୁ । ଏହି ମାଓ ଅଧ୍ୟୁଷିତ ଅଞ୍ଚଳରେ ନିର୍ବାଚନ ତାରିଖ ଘୋଷଣା ୪ ମାସ ପୂର୍ବରୁ ଆମେ ସେଠାରେ ଅପରେସନ ଆରମ୍ଭ କରିଥିଲୁ । ଫଳରେ ସେଠାରେ ମାଓବାଦୀମାନେ ନିର୍ବାଚନରେ ବାଧା ସୃଷ୍ଟି କରିପାରି ନ ଥିଲେ ।