33.1 C
Bhubaneswar
Sunday, July 7, 2024
Homeଖେଳବିଜୟ ପରେଡ୍ ; ବିଶ୍ୱବିଜୟୀ ଟିମକୁ ସ୍ୱାଗତ ପାଇଁ ଜନସମୁଦ୍ର ମୁମ୍ବାଇ

ବିଜୟ ପରେଡ୍ ; ବିଶ୍ୱବିଜୟୀ ଟିମକୁ ସ୍ୱାଗତ ପାଇଁ ଜନସମୁଦ୍ର ମୁମ୍ବାଇ

ମୁମ୍ବାଇ : କିଛି ସମୟ ପରେ ସୁମ୍ବାଇରେ ଆରମ୍ଭ ହେବ ବିଜୟ ପରେଡ୍ । ଭାରତୀୟ କ୍ରିକେଟ ଟିମକୁ ସ୍ୱାଗତ ପାଇଁ ବିଜୟ ପରେଡ୍ ହେବ । ଟି-୨୦ ବିଶ୍ୱକପ୍ ଚାମ୍ପିଅନ ହୋଇଛି ଭାରତ । ସ୍ୱଦେଶ ଫେରିବା ପରେ ଭାରତୀୟ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ସ୍ୱାଗତ ପାଇଁ ସୁମ୍ବାଇରେ କ୍ରିକେଟ ଫ୍ୟାନ୍‌ଙ୍କ ଭିଡ ବେଶ ଜମିଛି । ରାସ୍ତାର ଉଭୟ ପାଶ୍ୱରେ ହଜାର ହଜାର ଫ୍ୟାନ୍‌ଙ୍କ ସମାଗମ ଦେଖିବାକୁ ମିଳିଛି । ୨୦୦୭ ପରେ ୨୦୨୪ରେ ଟି-୨୦ ବିଶ୍ୱ କପ ଜିତିଛି ଭାରତ । ୧୭ ବର୍ଷ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି । ତେବେ ପ୍ରଥମ ଟିମ ଭାବରେ ଅପରାଜୟ ରହି ଟି-୨୦ର ଟାଇଟଲକୁ ହାତେଇଛି ଭାରତ । ୧୯୮୩ ଓ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଜିତିଥିଲା ଭାରତ । ସୂଚନା ଯୋଗ୍ୟ ଯେ, ଟି-୨୦ ବିଶ୍ବକପରେ ବିଜୟୀ ହେବା ପରେ ଘୂର୍ଣ୍ଣିଝଡ଼ କାରଣରୁ ବାର୍ବାଡୋସରେ ଫସିଥିବା ଭାରତୀୟ ଟିମ୍ ଆଜି ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନ ବନ୍ଦରରୁ ବସ ଯୋଗେ ଖେଳାଳି ମାନେ ହୋଟେଲ ଆଇଟିସି ମୌର୍ୟ୍ୟକୁ ଯାଇଥିବା ବେଳେ ବାଟରେ ପ୍ରଶଂସକ ମାନେ ଜୋରଦାର ସ୍ବାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଖେଳାଳୀ ମାନେ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିଲେ । ମୁମ୍ବାଇରେ ପହଞ୍ଚିବା ପରେ ସମସ୍ତ ଖେଳାଳି ଖୋଲା ବସରେ ୱାଙ୍ଖଡେ ଷ୍ଟାଡିୟମକୁ ଯିବେ ।  ବାତ୍ୟାରେ ଫଶିଥିବା ଟିମ୍ ଇଣ୍ଡିଆର ଖେଳାଳୀଙ୍କ ପାଇଁ ବାର୍ବାଡୋସକୁ ସ୍ୱତନ୍ତ୍ର ବିମାନ ପଠାଇଥିଲା ବିସିସିଆଇ । ଏହି ବିମାନରେ ଖେଳାଳୀଙ୍କ ସହ ସହଯୋଗୀ ଷ୍ଟାଫ୍, ଖେଳାଳୀଙ୍କ ପରିବାର ସଦସ୍ୟ, ବିସିସିଆଇର କିଛି ସଦସ୍ୟ, ଭାରତୀୟ ଗଣମାଧ୍ୟମର କିଛି ସଦସ୍ୟ ଭାରତ ଫେରିଥିଲେ । ଚଳିତ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତୀୟ ଦଳ । ଏହାପୂର୍ବରୁ ୨୦୦୭ରେ ଧୋନୀଙ୍କ ନେତୃତ୍ୱରେ ଟି-୨୦ ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking