ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ବିଜେପିର ବିଜୟକୁ ବିକାଶ ଏବଂ ସୁଶାସନର ବିଜୟ ବୋଲି ବର୍ଣ୍ଣନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମାନବଶକ୍ତି ସର୍ବୋଚ୍ଚ । ଏହା ବିକାଶ ଏବଂ ସୁଶାସନର ବିଜୟ । ଦିଲ୍ଲୀର ସମସ୍ତ ଭାଇଭଉଣୀମାନଙ୍କୁ ଐତିହାସିକ ବିଜୟ ଦେବା ପାଇଁ ମୋର ପ୍ରଣାମ ଏବଂ ଅଭିନନ୍ଦନ। ଆପଣମାନେ ମୋତେ ଯେଉଁ ପ୍ରଚୁର ଆଶୀର୍ବାଦ ଏବଂ ପ୍ରେମ ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ । ପିଏମ ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ବିଜେପି ସରକାର ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଏବଂ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ କାର୍ୟ୍ୟ ଜାରି ରଖିବ । ମୁଁ ପ୍ରତ୍ୟେକ ବିଜେପି କର୍ମୀଙ୍କ ପାଇଁ ଗର୍ବିତ, ଯେଉଁମାନେ ବହୁତ କଠିନ ପରିଶ୍ରମ କରି ଦଳକୁ ବିଜୟୀ କରାଇଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି, ‘ଆମେ ଆହୁରି ଉତ୍ସାହର ସହିତ କାମ କରିବୁ ଏବଂ ଦିଲ୍ଲୀର ଲୋକଙ୍କ ସେବା କରିବୁ । ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଲାଗି କୌଣସି ଅବହେଳା କରାଯିବ ନାହିଁ । ଏହା ଆମର ଗ୍ୟାରେଣ୍ଟି। ଆମେ ଏହା ମଧ୍ୟ ସୁନିଶ୍ଚିତ କରିବୁ ଯେ ଦିଲ୍ଲୀ ଏକ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଁ ମୋର ସମସ୍ତ ବିଜେପି କର୍ମୀଙ୍କ ପାଇଁ ବହୁତ ଗର୍ବିତ ଯେଉଁମାନେ ଏହି ବିପୁଳ ଜନାଦେଶ ପାଇଁ ଦିନରାତି ପରିଶ୍ରମ କରିଛନ୍ତି। ଏବେ ଆମେ ଆମର ଦିଲ୍ଲୀବାସୀଙ୍କୁ ଆହୁରି ଦୃଢ଼ ଭାବରେ ସେବା କରିବା ପାଇଁ ଉତ୍ସର୍ଗୀକୃତ ରହିବୁ।’