25.1 C
Bhubaneswar
Friday, March 6, 2026
Homeଓଡିଶାଭେଟରାନ ଅଭିନେତା ଉତ୍ତମ ମହାନ୍ତି ସୁସ୍ଥ ହୋଇ ଘରକୁ ଫେରନ୍ତୁ

ଭେଟରାନ ଅଭିନେତା ଉତ୍ତମ ମହାନ୍ତି ସୁସ୍ଥ ହୋଇ ଘରକୁ ଫେରନ୍ତୁ

ଭୁବନେଶ୍ବର: ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଗତକାଲି ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବାବୁସାନ୍ ଫିଲ୍ମର ନୂଆ ସିନେମା ‘ବୋଉ ବୁଟୁ ଭୂତ’ର ସୁଟିଂ ଚାଲିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଉତ୍ତମ ମହାନ୍ତି । ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତିନିଦିନ ହେଲା ଉତ୍ତମ ମହାନ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ଡାକ୍ତରଖାନାରେ ଭେଣ୍ଟିଲେଣ୍ଟରେ ରହିଥିବା ଜଣାପଡିଛି |ତାଙ୍କ  ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା । ୨୦୧୭ରେ ବିଜେଡିରେ ସାମିଲ ହୋଇଥିଲେ ଉତ୍ତମ ମହାନ୍ତି। ଅନେକଙ୍କର ମନେ ନଥିବ, ବିଜୁ ବାବୁଙ୍କ ଉତ୍କଳ କଂଗ୍ରେସରେ ଛାତ୍ର ସଂଗଠନର ସାଧାରଣ ସଂପାଦକ ଥିଲେ ଉତ୍ତମ ବାବୁ। ବିଜୁବାବୁ ଅତୀତରେ ତାଙ୍କୁ ଦୁଇ ଥର ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଯାଚି ଥିଲେ ବି ସେ ଲଢିନଥିଲେ । ତେବେ ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କ ସହ ବୋଉ ବୁଟୁ ଭୂତ ସିନେମାରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking