19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଆଖି ବୁଜିଲା ପ୍ରଥମ ଶାକାହାରୀ କୁମ୍ଭୀର, ଚାଲିଗଲା ବାବିୟା

ଆଖି ବୁଜିଲା ପ୍ରଥମ ଶାକାହାରୀ କୁମ୍ଭୀର, ଚାଲିଗଲା ବାବିୟା

କେରଳ : କେରଳର ଶ୍ରୀଅନନ୍ତପଦ୍ମନାଭ ସ୍ୱାମୀ ମନ୍ଦିରରେ ଥିବା ଶାକାହାରୀ କୁମ୍ଭୀର ବାବିୟାର ମୃତ୍ୟୁ ହୋଇଛି । କାସରଗୋଡ୍ ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିର ପୋଖରୀରେ ଏକମାତ୍ର କୁମ୍ଭୀର ରୂପେ ତାହା ବାସ କରୁଥିଲା ବୋଲି ମନ୍ଦିର କର୍ମକର୍ତ୍ତାମାନେ କହିଛନ୍ତି । ଗତ ରବିବାର ରାତିରେ ଏହାର ମୃତ୍ୟୁ ହୋଇଛି । ଗତ ଶନିବାରରୁ ଏହା ନିଖୋଜ ଥିଲା । ରବିବାର ରାତିରେ ତା’ର ଶବ ପୋଖରୀରେ ଭାସୁଥିବା ମନ୍ଦିର କର୍ମକର୍ତ୍ତାମାନେ ଦେଖିବାକୁ ପାଇଥିଲେ । ଏହି ଖବର ପ୍ରସାରିତ ହେବା ପରେ ଶତାଧିକ ଲୋକ ଶାକାହାରୀ କୁମ୍ଭୀରର ଶେଷ ଦର୍ଶନ କରି ତା’ ପ୍ରତି ସମ୍ମାନ ଜଣାଇଥିଲେ । ମନ୍ଦିର କର୍ମକର୍ତ୍ତାଙ୍କ ଦାବି, କୁମ୍ଭୀର ବାବିୟା କେବଳ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ଖାଉଥିଲା । ପୋଖରୀରେ ଥିବା ମାଛ ସେ ଆଦୌ ଖାଉନଥିଲା । ମନ୍ଦିରର ସମସ୍ତ ସ୍ଥାନକୁ ତା’ର ଅବାଧ ପ୍ରବେଶ ଥିଲା । ବାବିୟା ୭୦ ବର୍ଷ ଧରି ମନ୍ଦିରରେ ଥିଲା ବୋଲି ତା’ର ଶେଷ ଦର୍ଶନରେ ପହଞ୍ଚିଥିବା କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେ ଟ୍ୱିଟ୍ କରିଛନ୍ତି । ତା’ର ଆତ୍ମାର ସଦ୍ଗତି କାମନା କରି ସେ କହିଛନ୍ତି, ଶ୍ରୀ ଅନନ୍ତପଦ୍ମନାଭ ସ୍ୱାମୀ ମନ୍ଦିରରେ ପ୍ରସ୍ତୁତ ଅନ୍ନ ଓ ଗୁଡ଼ ପ୍ରସାଦ ଖାଇବାକୁ ସେ ଭଲ ପାଉଥିଲା । ଲୋକଙ୍କ ଦାବି ଯେ ଆଜି ପର‌୍ୟ୍ୟନ୍ତ ଏହି କୁମ୍ଭୀର କାହାର କୌଣସି କ୍ଷତି କରିନାହିଁ ।୧୯୪୫ ମସିହାରେ ଜଣେ ବ୍ରିଟିଶ ସୈନ୍ୟ ଅନ୍ୟ ଏକ କୁମ୍ଭୀରକୁ ଗୁଳି କରିବାର କିଛି ଦିନ ପରେ ମନ୍ଦିର ପୋଖରୀରେ ବାବିୟା କୁମ୍ଭୀର ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking