28.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶପାକିସ୍ତାନରେ ପନିପରିବା ଦର ଆକାଶଛୁଆଁ

ପାକିସ୍ତାନରେ ପନିପରିବା ଦର ଆକାଶଛୁଆଁ

ଇସଲାମାବାଦ: ବନ୍ୟା ବିଭୀଷିକା ପରେ ପାକିସ୍ତାନରେ ପନିପରିବା ମୂଲ୍ୟ ଆକାଶଛୁଆଁ ହୋଇଛି । ତନ୍ମଧ୍ୟରୁ ପିଆଜ ମୂଲ୍ୟ ପାକିସ୍ତାନବାସୀଙ୍କୁ କନ୍ଦାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ବନ୍ୟା ପୂର୍ବରୁ ପାକିସ୍ତାନରେ ପିଆଜ କିଲୋ ୫୦ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ଛଅଗୁଣ ବୃଦ୍ଧି ପାଇ ୩୦୦ ଟଙ୍କାରେ ପହଞ୍ଚିଛି ।

ସେହିପରି ଆଳୁ କିଲୋ ୨୫ରୁ ୧୦୦ ଟଙ୍କା ଛୁଇଁଛି । ଟମାଟୋ କିଲୋ ପିଛା ୪୦୦ ଟଙ୍କାରେ ମିଳୁଥିବାବେଳେ ଘିଅ ମୂଲ୍ୟରେ ୪୦୦ ପ୍ରତିଶତ ବୃଦ୍ଧି ଘଟିଛି । ଦେଶର ୮୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ଥିବାବେଳେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ପାକିସ୍ତାନ ଇତିମଧ୍ୟରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିରୁ ୧.୧୬ ବିଲିୟନ ଡଲାର ଋଣ ଯୋଗାଡ କରିସାରିଥିଲେ ସୁଦ୍ଧା କାତାର, ସାଉଦି ଆରବ ଓ ୟୁଏଇ ଭଳି ମଧ୍ୟପ୍ରାଚ୍ୟ ରାଷ୍ଟ୍ରରୁ ୯ ବିଲିୟନ ଡଲାର ଋଣ କରିଥିବା ଜଣାପଡିଛି । ବିଗତ ୪୭ ବର୍ଷ ମଧ୍ୟରେ ଦେଶର ମୁଦ୍ରାସ୍ଫୀତି ସବୁଠାରୁ ଦୟନୀୟ ସ୍ଥିତିରେ ପହଞ୍ଚିଛି ବୋଲି ଅର୍ଥମନ୍ତ୍ରୀ ମିଫ୍‌ତା ଇସମାଇଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking