ଭୁବନେଶ୍ୱର: ହିନ୍ଦୁଧର୍ମ ଏବଂ ଭଗବାନ ଶିବଙ୍କୁ ମାନୁଥିବା ଲୋକ ଆଜି ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି । ତାହାଲେ ଆସନ୍ତୁ ଜାଣିବା ଏହି ରୁଦ୍ରାକ୍ଷ ଧାରଣ କରିବାର ଫାଇଦା ବିଷୟରେ ।
ଏହାକୁ ଧାରଣ କରିବାର ବିଧି:-
ପ୍ରଥମେ ଏକ ପିତ୍ତଳ ପାତ୍ରରେ ପଞ୍ଚାମୃତ ତିଆରି କରନ୍ତୁ । ପରେ ସେହି ପଞ୍ଚାମୃତରେ ଗୋଲାପ ପତ୍ର ପକାନ୍ତୁ । ସେହି ପାତ୍ରରେ ରୁଦ୍ରାକ୍ଷ ବା ଏହାର ମାଳା ପକାଇ ସ୍ନାନ କରାଇ ଦିଅନ୍ତୁ । ଏହାପରେ ଭଗବାନ ଶିବଙ୍କ ମନ୍ତ୍ର ଜପ କରନ୍ତୁ । ପୁଣି ଥରେ ଏହାକୁ ଗଙ୍ଗା ଜଳରେ ସ୍ନାନ କରାନ୍ତୁ ।
ଏହାପରେ ରୁଦ୍ରାକ୍ଷକୁ ଏକ ଲାଲ୍ ସଫା କପଡ଼ାରେ ରଖନ୍ତୁ । ସେଥିରେ ଚନ୍ଦନ, ବେଲପତ୍ର, ଧଳାଫୁଲ, ଧୂପ, ଦୀପ ଦେଇ ପୂଜା କରି ଅଭିମନ୍ତ୍ରିତ କରନ୍ତୁ । ଆପଣ ଶିବ-ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରିପାରିବେ ।
ଏକମୁଖି ରୁଦ୍ରାକ୍ଷ ଧାରଣର ସଫଳତା:-
ଜ୍ୟୋତିଷଙ୍କ ଅନୁସାରେ ଯେଉଁମାନଙ୍କ ବୈବାହିକ ଜୀବନରେ ହସଖୁସିରେ କଟୁନାହିଁ, ସେମାନଙ୍କୁ ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିବାକୁ କୁହାଯାଇଥାଏ ।
ଏହାକୁ ଧାରଣ କରିଥିବା ବ୍ୟକ୍ତି ପବିତ୍ର ଏବଂ ଭଲ ଆଚରଣ କରିଥାନ୍ତି ।
ଯେଉଁମାନଙ୍କର ଚାକିରିରେ ସମସ୍ୟା ଅଛି ବା ଚାକିରି ପ୍ରତି ବିପଦ ଅଛି ସେମାନେ ଏହି ରୁଦ୍ରାକ୍ଷ ଧାରଣ କରନ୍ତୁ । ସେହିଭଳି ଯେଉଁମାନେ ରାଜନୀତିରେ ସଫଳତା ପାଇବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହୋଇଥାଏ ।