27.1 C
Bhubaneswar
Monday, November 25, 2024
Homeଦେଶ ବିଦେଶସୁଟିଂ ସମୟରେ ଆହତ ହେଲେ ବରୁଣ ଧୱନ

ସୁଟିଂ ସମୟରେ ଆହତ ହେଲେ ବରୁଣ ଧୱନ

ମୁମ୍ାଇ: ::  : ବଲିଉଡ ଅଭିନେତା ବରୁଣ ଧାୱନ । ତାଙ୍କର ଆଗାମୀ ଫିଲ୍ମ ‘ଭିଡି ୧୮’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୁଟିଂରେ ବ୍ୟସ୍ତ ଥିବା ସତ୍ତ୍ବେ  ବରୁଣ ତାଙ୍କ ଫ୍ୟାନ୍ସମାନଙ୍କୁ ନିଜ ସମ୍ପର୍କରେ ସମସ୍ତ ଅପ‌ଡେଟ ଦେଇଥାଆନ୍ତି। ନିକଟରେ ବରୁଣ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରି ସେୟାର କରିଛନ୍ତି। ଏଥିରେ ବରୁଣ ଆହତ ହୋଇଥିବା ଦେଖିବାକୁ ମିଳୁଛି।

ନିକଟରେ ବରୁଣ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ଆଘାତ ଲାଗିଥିବା ଜଣାପଡିଛି । ଏହି ଫଟୋ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଏହି ଷ୍ଟୋରିରେ ବରୁଣ କହିଛନ୍ତି, ‘ଲୁହା ରଡ଼ରେ ମାଡ଼ ହେବା ହେତୁ ମୋ ଗୋଡ଼ରେ ଆଘାତ ଲାଗିଛି।’ ଏଥିସହିତ ବରୁଣ କାନ୍ଦୁଥିବା ଏକ ଇମୋଜି ସେୟାର ବି କରିଛନ୍ତି।

ତାମିଲ ଚଳଚ୍ଚିତ୍ର ନିର୍ମାତା କାଲିସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଭିଡି ୧୮’ରେ ଧାୱନ ବ୍ୟସ୍ତ ଅଛନ୍ତି। ତାଙ୍କ ସହ ଫିଲ୍ମରେ କିର୍ତ୍ତି ସୁରେଶ ଏବଂ ଭାମିକା ଗାବି ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ୨୦୨୪ରେ ସିନେମା ଘରକୁ ଆସିବ। ବରୁଣ ଧାୱନଙ୍କ ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଥିବା ଜଣାପଡିଛି। ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ବବାଲ’ରେ ଦେଖିବାକୁ ମିଳିଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking