19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଲକ୍ଷାଧିକ ମହୁମାଛି ମାରି ସାରିଲେଣି ଅଷ୍ଟ୍ରେଲିଆ ସରକାର,ବ୍ୟାପୁଛି ଭୟଙ୍କର ରୋଗ

ଲକ୍ଷାଧିକ ମହୁମାଛି ମାରି ସାରିଲେଣି ଅଷ୍ଟ୍ରେଲିଆ ସରକାର,ବ୍ୟାପୁଛି ଭୟଙ୍କର ରୋଗ

ସିଡନୀ : ଅଷ୍ଟ୍ରେଲିଆରେ ଗତ ୨ ସପ୍ତାହ ଭିତରେ ପ୍ରଶାସନ ଲକ୍ଷାଧିକ ମହୁମାଛିଙ୍କୁ ମାରିଦେଇଛି। କାରଣ ଅଷ୍ଟ୍ରେଲିଆ ପ୍ରଶାସନ ଦ୍ବାରା ଏହି ପଦକ୍ଷେପ ବିପଦଜନକ ପାରାସିଟିକ୍(ପରଜୀବୀ) ସଂକ୍ରମଣ ରୋକିବା ପାଇଁ ଉଠାଯାଇଛି। ଅଷ୍ଟ୍ରେଲିଆରେ ଗତ ସପ୍ତାହରେ ସିଡନୀ ପୋର୍ଟ ପାଖରେ ଭାରୋଆ ମାଇଟ୍ ଚିହ୍ନଟ କରାଯାଇଥିଲା। ଏହାଦ୍ବାରା ଅଷ୍ଟ୍ରେଲିଆରେ କୋଟି କୋଟି ଟଙ୍କାର ମହୁ ଇଣ୍ଡଷ୍ଟ୍ରୀକୁ କ୍ଷତି ସହିବାକୁ ପଡିଛି। ଏହା ଜଣାପଡିବା ପରେ ମହୁମାଛି ପାଳନ କରୁଥିବା ଲୋକଙ୍କୁ ସତର୍କ କରିଦିଆଯାଇଛି। ଏହି ପ୍ରକୋପକୁ ବ୍ୟାପିବାକୁ ରୋକିବା ପାଇଁ ମହୁମାଛି ପାଳନ କେନ୍ଦ୍ରକୁ ବନ୍ଦ କରି ରଖାଯାଇଛି। ଅଷ୍ଟ୍ରେଲିଆ ମହୁ ଇଣ୍ଡଷ୍ଟ୍ରୀ କାଉନସିଲ୍ କହିଛି ନ୍ୟୁକାଷ୍ଟଲରେ ମହୁମାଛି ପାଳନ କରୁଥିବା ଲୋକ କୌଣସି ଛତା କିମ୍ବା ମହୁମାଛି ପାଳନ ସମ୍ପର୍କିତ ଉପକରଣକୁ ସେହି ଅଞ୍ଚଳର ଭିତରେ କିମ୍ବା ବାହାରକୁ ନେଇପାରିବେନି। ଅଷ୍ଟ୍ରେଲିଆ ସେହି କିଛି ଦେଶ ଭିତରେ ରହିଛି, ଯାହାକି ଭରୋଆ ମାଇଟ୍ର ପ୍ରସାରକୁ ରୋକିବାରେ ସଫଳ ରହିଛି। ଭରୋଆ ମାଇଟକୁ ସାରା ଦୁନିଆରେ ମହୁମାଛି ପାଇଁ ବଡ ବିପଦ ବୋଲି କୁହାଯାଏ, କିନ୍ତୁ ଏ ସମ୍ପର୍କରେ ଅଷ୍ଟ୍ରେଲିଆରେ ଭରୋଆ ମାଇଟ୍ କାୟା ବିସ୍ତାର କରିବାରେ ସଫଳ ହୋଇଛି। ଉଲ୍ଲେଖନୀୟ ଯେ, ଭାରୋଆ ମାଇଟ୍ ତିଳ ଆକାରର ଏକ ପାରାସିଟିକ୍ କୀଟ, ଯାହାକି ମହୁମାଛିର ଛତା ଉପରେ ଆକ୍ରମଣ କରିଥାଏ ଓ ମହୁମାଛିକୁ କ୍ଷତି ପହଁଞ୍ଚାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking