26.1 C
Bhubaneswar
Saturday, October 19, 2024
Homeଓଡିଶାମାଡ଼ିଗଲା ଭ୍ୟାନ୍‌: ବାପ, ୨ ଝିଅ ମୃତ

ମାଡ଼ିଗଲା ଭ୍ୟାନ୍‌: ବାପ, ୨ ଝିଅ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ଇନ୍ଦନପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପ ସମେତ ଦୁଇ ଝିଅଙ୍କ ମୃତ୍ୟୁ ହୋଇଛି । ଏକ ବାଇକ୍ ଯୋଗେ ବାପ ସମେତ ଦୁଇ ଝିଅ ଓ ନାତି ମୁନିଗାଡ଼ିରୁ ଗାଙ୍ଗପୁର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହି ବାପ ଓ ଦୁଇ ଝିଅଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ନାତି ଗୁରୁତର ହୋଇଥିବା ବେଳେ ତାକୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପ୍ରକୃତ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କ୍ଷତି ପୂରଣ ଦାବିରେ ହୋହଲ୍ଲା କରିଛନ୍ତି ।
ସେପଟେ ଗାଙ୍ଗପୁର ପୁଲିସ୍ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବା ବେଳେ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ ସେମାନଙ୍କ ଜିଦ୍‌ରେ ଅଡ଼ି ବସିଛନ୍ତି । ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଏବଂ ଶବ ଜବତ କରି ତଦନ୍ତକୁ ତ୍ୱରାନ୍ୱିତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking