18.1 C
Bhubaneswar
Tuesday, November 26, 2024
Homeଓଡିଶାନନ୍ଦନକାନନରେ ଧଳାବାଘୁଣୀ ବିଜୟା ଅସୁସ୍ଥ, ଚାଲିଛି ଚିକିତ୍ସା

ନନ୍ଦନକାନନରେ ଧଳାବାଘୁଣୀ ବିଜୟା ଅସୁସ୍ଥ, ଚାଲିଛି ଚିକିତ୍ସା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩୩ନମ୍ବର ପଛପଟ ଖୁଆଡରେ ରହୁଥିବା ଧଳାବାଘୁଣୀ ବିଜୟା ଶୁକ୍ରବାର ଅସୁସ୍ଥ ହୋଇପଡ଼ିଛି । ୨୦୧୧ ଜୁଲାଇ ୧୩ ତାରିଖରେ ସାଧାରଣ ଧଳା ବାଘୁଣୀ କୁସୁମ ଓ ବାଘ ନିଷାନ ଔରସରୁ ଧଳା ବାଘୁଣୀ ବିଜୟା ଜନ୍ମ ନେଇଥିଲ । ଶୁକ୍ରବାର ଅସୁସ୍ଥ ହୋଇପଡ଼ିବାରୁ ନନ୍ଦନକାନନ ପଶୁଚିକିତ୍ସକଙ୍କ ଦ୍ୱାରା ତାର ଚିକିତ୍ସା କରାଯାଉଛି । ଏହି ୧୧ବର୍ଷୀୟା ବିଜୟା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ତାର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଓୟୁଏଟି ପଠାଯାଇଛି । ରିପୋର୍ଟ ଆସିଲେ ତାର ଅସୁସ୍ଥତାର କାରଣ ଜଣାପଡ଼ିବ । ତାକୁ ସାଲାଇନ ସହିତ ଆଣ୍ଟିବାୟୋଟିକ ମେଡିସିନ ମଧ୍ୟ ଦିଆଯାଉଛି । ବିଜୟାର ଅସୁସ୍ଥ ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି । ଏଠାରେ ସୂଚନା ଯୋଗ୍ୟ ସେ ଚଳିତ ମାସ ୧୪ ତାରିଖରେ ଅସୁସ୍ଥ ହୋଇ ଭଲ ଭାବେ ଖିଆପିଆ କରୁନଥିଲା । ତାର ଚିକିତ୍ସା ନିମନ୍ତେ ଏକ ଯନ୍ତା ସାହାଯ୍ୟରେ ନନ୍ଦନକାନନ ଭେଟନାରୀରେ ଥିବା ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା କରାଯାଉଥିଲା । ସାମାନ୍ୟ ସୁସ୍ଥ ହେବା ପରେ ତାକୁ ୬ଦିନ ପରେ ଅର୍ଥାତ ୧୯ ତାରିଖ ସକାଳେ ପୂର୍ବରୁ ରହୁଥିବା ଖୁଆଡ଼ ମଧ୍ୟରେ ଛଡ଼ା ଯାଇଥିଲା । ହେଲେ ତାର ସ୍ୱାସ୍ଥ୍ୟରେ ଉନ୍ନତି ନ ଘଟିବାରୁ ସେ ପୁଣି ଥରେ ଅସୁସ୍ଥ ହୋଇପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking