18.1 C
Bhubaneswar
Tuesday, November 19, 2024
Homeକରୋନାଜୁଲାଇରେ ଶିଶୁଙ୍କ ଲାଗି ଟିକା ପରୀକ୍ଷଣ

ଜୁଲାଇରେ ଶିଶୁଙ୍କ ଲାଗି ଟିକା ପରୀକ୍ଷଣ

ଭୁବନେଶ୍ୱର: ଶିଶୁଙ୍କ ଲାଗି କୋଭିଡ ଟିକା ନେଇ ଆଶା ବଢିଲା । ଜୁଲାଇ ମାସରେ ଆରମ୍ଭ ହେବ କୋଭାଭାକ୍ସର ପରୀକ୍ଷଣ । ୯୨୦ ଶିଶୁଙ୍କ ଠାରେ ପରୀକ୍ଷଣ କରିବ ସେରମ ଇନଷ୍ଟିଚ୍ୟୁଟ । ଦୁଇଟି ବୟସ ବର୍ଗର ୯୨୦ ଶିଶୁଙ୍କ ଠାରେ ପରୀକ୍ଷଣ ହେବ । ୧୨ରୁ ୧୭ ବର୍ଷର ୪୬୦ ଶିଶୁଙ୍କ ଉପରେ ପରୀକ୍ଷଣ ହେବ । ୨ରୁ ୧୧ ବର୍ଷର ୪୬୦ ଶିଶୁଙ୍କ ଉପରେ ମଧ୍ୟ ପରୀକ୍ଷଣ ହେବ ।

ସୂଚନାଯୋଗ୍ୟ , ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୮ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୧ ହଜାରରୁ ସାମାନ୍ୟ ଅଧିକ ‌ଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୮,୬୯୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୧୮୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୦୧,୮୩,୧୪୩ ଓ ମୃତ୍ୟୁସଂଖ୍ୟା ୩,୯୪,୪୯୩ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୬୪,୮୧୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୯୧,୯୩,୦୮୫ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୫,୯୫,୫୬୫। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ୩୧,୫୦,୪୫,୯୨୬ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୨୫ ତାରିଖ ସୁଦ୍ଧା ସମୁଦାୟ ୪୦,୧୮,୧୧,୮୯୨ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୭,୪୫,୮୦୯ଟି ନମୁନା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking