ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ୬ରୁ ଟିକା ଦିଆଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ସୂଚନା ପ୍ରଦାନ କରିଛନ୍ତି । ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ, ସିଡିଏମଓମାନଙ୍କୁ ଏସିଏସ ଚିଠି ଲେଖିଛନ୍ତି । ମେଡିକାଲ ଛଡା ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ରହିଛି । ସ୍ୱାସ୍ଥ୍ୟକର୍ମୀଙ୍କ ଛଡା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି । ଟିକା ଯେମିତି ଅପଚୟ ନହେବ, ଆଗୁଆ ଟ୍ରେନିଂ ଦେବାକୁ ପରାମର୍ଶ ଦିଆଯାଇଛି । ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଭତ୍ତା ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।