19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଭି ଅନନ୍ତ ନାଗେଶ୍ୱର ହେବେ ପ୍ରମୁଖ ଆର୍ଥିକ ପରାମର୍ଶଦାତା

ଭି ଅନନ୍ତ ନାଗେଶ୍ୱର ହେବେ ପ୍ରମୁଖ ଆର୍ଥିକ ପରାମର୍ଶଦାତା

ନୂଆଦିଲ୍ଲୀ :  ଭି ଅନନ୍ତ ନାଗେଶ୍ୱର ହେବ ଦେଶର ପରବର୍ତ୍ତୀ ପ୍ରମୁଖ ଆର୍ଥିକ ପରାମର୍ଶଦାତା । ଗତ ଡିସେମ୍ବର ୨୦୨୧ରୁ କେଭି ସୁବ୍ରମଣ୍ୟନ୍‌ଙ୍କ ଇସ୍ତଫା ପରେ ଏହି ପଦ ଖାଲି ରହିଥିଲା । ସୂଚନାଯୋଗ୍ୟ ଯେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଆର୍ଥିକ ଶକ୍ତି ଭାବେ ମାନ୍ୟତା ପାଇଛି । କରୋନା ତୃତୀୟ ଲହର ସତ୍ତ୍ୱେ ଦେଶର ଆର୍ଥିକ ବ୍ୟବସ୍ଥାରେ ଅଧିକ ହ୍ରାସ ଘଟିନାହିଁ । ନାଗେଶ୍ୱର ଦେଶର ଜଣେ ପ୍ରମୁଖ ଅର୍ଥଶାସ୍ତ୍ରୀ ଭାବେ ପରିଚିତ । ସେ କ୍ରେଡିଟ୍ ସୁଇସିସ୍ ଗ୍ରୁପ୍ ଏଜି ଓ ଜୁଲିୟସ୍ ବାୟର୍ ଗ୍ରୁପ୍‌ରେ ପୂର୍ବରୁ କାର୍ଯ୍ୟରତ ଥିଲେ । ସେ ପୂର୍ବରୁ ଅର୍ଥାତ୍ ୨୦୧୯ରୁ ୨୦୨୧ ମଧ୍ୟରେ ପିଏମ୍ ମୋଦୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି) ଅଂଶକାଳୀନ ସଦସ୍ୟ ରହିଛନ୍ତି । ସେ ଜଣେ ଲେଖକ, ଶିକ୍ଷକ ତଥା ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ସେ ଆଇଏଫ୍‌ଏମ୍‌ଆର୍ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜିନେସ୍‌ର ଡିନ୍ ଭାବେ କାର୍ଯ୍ୟରତ ଥିଲେ । ଏହାବ୍ୟତୀତ ସେ କ୍ରେନା ବିଶ୍ୱବିଦ୍ୟାଳୟରେ ଭିଜିଟର୍ ଅଧ୍ୟାପକ ଭାବେ ମଧ୍ୟ ଶିକ୍ଷାଦାନ କରିଛନ୍ତି । ସେ ଭାରତୀୟ ପ୍ରବନ୍ଧନ ସଂସ୍ଥାନରୁ ସ୍ନାତକୋତ୍ତର ଡିପ୍ଲୋମା ଓ ଏମ୍‌ହର୍ସଟ୍ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking