ନୂଆଦିଲ୍ଲୀ : ଆରମ୍ଭ ହୋଇଛି ଚାରି ଧାମ ଯାତ୍ରା । ଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ଓ ସରକାର କହିଥିଲେ ଯେ, ଚଳିତ ଥର ଯାତ୍ରା ବେଳେ କୌଣସି ପ୍ରକାରର ଅବ୍ୟବସ୍ଥା ଉପୁଜିବ ନାହିଁ । କିନ୍ତୁ ଯାତ୍ରା ବେଳେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି । ଏବେ ଯାତ୍ରାରେ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି । ମେ’ ୨ ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମରେ କବାଟ ଖୋଲିବା ସହ ଚାରି ଧାମ ଯାତ୍ରା ଆରମ୍ଭ ହୋଇଛି । ମେ’ ୬ରେ କେଦାରନାଥ ଧାମ ଓ ରବିବାର ବଦ୍ରିନାଥଙ୍କ କବାଟ ଖୋଲିଛି । ଚାରିଧାମ ଯାତ୍ରା ଏବେ ଆରମ୍ଭ ହୋଇଛି । ଅନ୍ୟପଟେ ଯାତ୍ରା ଆରମ୍ଭ ହେବାରୁ ଇତି ମଧ୍ୟରେ ୨୦ ଜଣଙ୍କ ଜୀବନ ଯାଇଛି । ପ୍ରଥମ ୬ ଦିନ ଭିତରେ ହିଁ ୧୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା । ଅଧିକାଂଶ ମୃତ୍ୟୁ ହାର୍ଟ ଆଟାକ୍ରେ ହୋଇଥିବା ଜଣାଯାଇଛି । ଏହି କାରଣରୁ ଯାତ୍ରାକୁ ନ ଆସିବାକୁ କହିଛନ୍ତି ଉତ୍ତରାଖଣ୍ଡର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ।