ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାର ପ୍ରତିଷ୍ଠିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥା ରୁର୍କୀରେ ପ୍ରାୟ ୮୮ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂସ୍ଥାର ଅଧିକାରୀ ଏହି ସୂଚନା ଦେଇଛନ୍ତି । ପ୍ରବକ୍ତା ସୋନିକା ଶ୍ରୀବାସ୍ତବ କହିଛନ୍ତି, ସମସ୍ତ ୮୮ ଛାତ୍ରଛାତ୍ରୀଙ୍କୁ ଆଇଆଇଟି ପରିସର ଭିତର ଗଙ୍ଗା ହଷ୍ଟେଲରେ ରଖାଯାଇଛି ।
ହରିଦ୍ୱାର ଚିକିତ୍ସାଧାରୀଙ୍କ ନଜରରେ ସେମାନେ ରହିଛନ୍ତି । ଏହାସହିତ ପ୍ରାୟ ୫ଟି ହଷ୍ଟେଲକୁ ସିଲ କରାଯାଇଛି । ତେବେ ଏହାର ଅନଲାଇନ କ୍ଲାସ ଏବେ ବି ଜାରି ରହିଛି । ସଂସ୍ଥା ରାଜ ସରକାରଙ୍କ ସମସ୍ତ କୋଭିଡ ନିର୍ଦ୍ଦେଶକୁ କଡାକଡି ପାଳନ କରୁଛି ବୋଲି ଶ୍ରୀବାସ୍ତବ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଡେରାଡୁନ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପରିସରକୁ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ବନ୍ଦ କରାଯାଇଛି । ଇନଷ୍ଟିଚ୍ୟୁଟର ୧୪ ଜଣ ପ୍ରଶିକ୍ଷଣ ଦେଉଥିବା ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ମ୍ୟାନେଜମେଣ୍ଟ ଏହି ନିଷ୍ପତ୍ତି ନେଇଛି ।