26.1 C
Bhubaneswar
Monday, October 21, 2024
Homeଦେଶ ବିଦେଶସମୁଦୁଣୀଙ୍କ ସହ ଫେରାର ହୋଇଥିଲେ ସମୁଦି, ଆଉ ଏବେ ଜୀବନ ହାରିଲେ

ସମୁଦୁଣୀଙ୍କ ସହ ଫେରାର ହୋଇଥିଲେ ସମୁଦି, ଆଉ ଏବେ ଜୀବନ ହାରିଲେ

ନୂଆଦିଲ୍ଲୀ: ପ୍ରେମରେ ପଡ଼ିବା ପରେ ସମୁଦୁଣୀଙ୍କୁ ନେଇ ଫେରାର ହେଲେ ସମୁଦି। ପରିବାର ଗ୍ରହଣ ନକରିବାରୁ ମାସେ ପରେ ହାରିଲେ ଜୀବନ। ଉତ୍ତରପ୍ରଦେଶର ଲଖିମପୁରରେ ରବିବାର ଏହି ଘଟଣା ଘଟିଛି। ପୁଅ-ଝିଅ ଏହି ସମ୍ପର୍କକୁ ଗ୍ରହଣ ନକରି ପୁଲିସ‌ରେ ଅଭିଯୋଗ କରିବାରୁ ଦୁହେଁ ଜୀବନ ହାରିଥିବା ଜଣାପଡ଼ିଛି। ମୃତକ ଦୁହେଁ ହେଲେ ରାମନିବାସ ରାଠୋର(୪୪) ଓ ଆଶା ରାଣୀ। ରାମନିବାସଙ୍କ ପତ୍ନୀଙ୍କ ଦେହାନ୍ତ ହେବା ପରେ ତାଙ୍କ ଏକମାତ୍ର ଝିଅ ସହ ସେ ରହୁଥିଲେ। ଝିଅର ବିବାହ ବୟସ ହେବା ପରେ ଆଶା ରାଣୀଙ୍କ ପୁଅଙ୍କ ସହ ଝିଅର ବିବାହ ସ୍ଥିର କରିଥିଲେ ରାମନିବାସ। ଚଳିତ ବର୍ଷ ମେ’ ମାସରେ ଦୁହିଁଙ୍କ ବିବାହ ହୋଇଥିଲା। ସମୁଦି-ସମୁଦୁଣୀ ହେବା ପରେ ରାମନିବାସ ଝିଅ ଘରକୁ ଅନେକ ଥର ଯିବା ଆସିବା କରୁଥିଲେ। ଏହି ସମୟରେ ଆଶା ରାଣୀ ଓ ରାମନିବାସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସ୍ବାମୀ ନଥିବାରୁ ଜୀବନରେ ଥିବା ଖାଲିସ୍ଥାନକୁ ପୂରଣ କରିଥିଲେ ରାମନିବାସ। ମାସେ ପୂର୍ବରୁ ଦୁହେଁ ଏକା ସାଙ୍ଗରେ ରହିବା ପାଇଁ ଘର ଛାଡ଼ିଥିଲେ। ପ୍ରେମରେ ପଡ଼ି ଦୁହେଁ ଫେରାର ହେବା ପରେ ଆଶା ରାଣୀଙ୍କ ପୁଅ ରାମନିବାସଙ୍କ ନାମରେ ପୁଲିସରେ ଏତଲା ଲେଖାଇଥିଲେ। ଏବିଷୟରେ ଜାଣିବା ପରେ ପରିବାରର ବିରୋଧକୁ ସହିନପାରି ଦୁହେଁ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିବା ଜଣାପଡ଼ିଛି।
ଏବେ ଦୁହିଁଙ୍କ ମୃତଦେହ ଜବତ କରି ଆଗାମୀ ତଦନ୍ତ ଆରମ୍ଭ କରିଛି ପୁଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking