ଡେହରାଡୁନ୍: ଦ୍ୱିତୀୟ ବିବାହ କରୁଥିବା ବଳେ ଯୁବକ ହଟହଟା । ମିଶିକି ପ୍ରଥମ ପତ୍ନୀ ଏବଂ ଦ୍ୱିତୀୟ ପତ୍ନୀଙ୍କ ପରିବାର ଲୋକେ ପିଟିଛନ୍ତି । ଉତ୍ତରାଖଣ୍ଡ ଉଦାମ ସିଂ ନଗର ଗଦରପୁରରେ ଜଣେ ଯୁବକଙ୍କର ବିବାହ ଉତ୍ସବ ଚାଲିଥିଲା । ସେ ବର ବେଶରେ ଏକ ମଣ୍ଡପରେ ବିବାହ କରିବା ପାଇଁ ପହଞ୍ଚିଥିଲେ । ବରପକ୍ଷଙ୍କୁ ଚର୍ଚ୍ଚା ବି ଆରମ୍ଭ ହୋଇଥିଲା , ଏତିକି ବେଳେ ସେଠାରେ ଜଣେ ମହିଳା ପହଞ୍ଚି ବରକୁ ଚପଲରେ ପିଟିଥିଲେ । ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ପତ୍ନୀଙ୍କ ଘର ଲୋକ ପହଞ୍ଚି ଏହା ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରିବା ବେଳକୁ ଯୁବକ ଜଣଙ୍କ ବିବାହିତ ବୋଲି ଜଣାପଡିଥିଲା ।
ଏହାପରେ ସେମାନେ ନିର୍ଘାତ ମାଡ ମାରିବା ଆରମ୍ଭ କରି ଦୋଇଥିଲେ । ବରପକ୍ଷ ଲୋକ ମାଡ ବର୍ଷା ଦେଖି ସେହି ସ୍ଥାନରୁ ପଳାଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବରକୁ ଉଦ୍ଧାର କରିବା ସହ ଥାନାକୁ ଆଣିଥିଲା । ବର ପ୍ରଥମେ ୨୦୨୧ ମସିହାରେ ବିବାହ କରିଥିଲା । ପରେ ଅଶାନ୍ତି ହେବାରୁ ପ୍ରଥମ ପତ୍ନୀ ବାପ ଘରକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ଯୁବକ ଜଣଙ୍କ ଅନ୍ୟତ୍ର ବିବାହ କରୁଥିଲେ । ଖବର ପାଇଁ ପ୍ରଥମ ପତ୍ନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ପାନେ ଦେଇଛନ୍ତି ।