19.1 C
Bhubaneswar
Monday, February 2, 2026
Homeଓଡିଶା‘ଡାହଣୀ’ ଶବ୍ଦ ବ୍ୟବହାର ଅପରାଧ: ଓଏଚଆରସି

‘ଡାହଣୀ’ ଶବ୍ଦ ବ୍ୟବହାର ଅପରାଧ: ଓଏଚଆରସି

ଭୁବନେଶ୍ୱର: ଡାହାଣୀ ଶିକାର ବିରୋଧରେ ଓଏଚଆରସିଙ୍କ ଐତିହାସିକ ହସ୍ତକ୍ଷେପ। ‘ଡାହଣୀ’ ଶବ୍ଦ ବ୍ୟବହାରକୁ ଅପରାଧ ଘୋଷଣା କଲେ ଓଏଚଆରସି। ଆଇନ ସଂଶୋଧନ ଓ ସଚେତନତା ପାଇଁ ସରକାରଙ୍କୁ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ଗୃହ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ମସିହାର ଏକ ମାମଲାର ଶୁଣାଣି ସମୟରେ ରାଜ୍ୟରେ ଡାହାଣୀ ଶିକାର ବିରୋଧରେ ପଦକ୍ଷେପକୁ ସୁଦୃଢ଼ ​​କରିବା ପାଇଁ କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ମାର୍ଚ୍ଚରେ ଯଶୋଦା ସିଂହ ନାମକ ମହିଳାଙ୍କୁ ନୃଶଂସ ହତ୍ୟା ଘଟଣାକୁ ନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋଙ୍କ ଦ୍ୱାରା ଦାଖଲ ପିଟିସନ୍‌ର ଶୁଣାଣି କରି ଆୟୋଗ ରାୟ ଶୁଣାଇଛନ୍ତି ।

କାନୁନଗୋଙ୍କ ପିଟିସନ୍‌କୁ ଗ୍ରହଣ କରି ଆୟୋଗ ଓଡ଼ିଶା ଡାହାଣୀ ଶିକାର ନିବାରଣ ଆଇନ–୨୦୧୩ ଓ ଏହାର ପାଳନ ପାଇଁ ୨୦୧୪ରେ ସୂଚିତ କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍‌ର ସମ୍ପୂର୍ଣ୍ଣ ସମୀକ୍ଷା କରିଥିଲେ। ଡାହାଣୀ ଶିକାର ଭଳି କୁସଂସ୍କାର ପ୍ରଥା ଉପରେ ରୋକ୍‌ ଲଗାଇବା ଲାଗି ଆଇନରେ ସ୍ପଷ୍ଟ ଓ ପ୍ରଭାବଶାଳୀ ବ୍ୟବସ୍ଥାର ଅଭାବ ରହିଥିବା ଆୟୋଗ ଅନୁଭବ କରିଥିଲେ। ବିଶେଷକରି ଡାହାଣୀ ଅଭିଯୋଗ ଆଧାରରେ ବଳପୂର୍ବକ ଗ୍ରାମ ଛାଡ଼, ସାମାଜିକ ବହିଷ୍କାର ଓ ଅମାନବିକ ଆଚରଣ ବିରୋଧରେ ଆଇନରେ ସ୍ପଷ୍ଟ ପ୍ରତିରୋଧମୂଳକ ବ୍ୟବସ୍ଥା ନଥିବା ଅନୁଧ୍ୟାନରୁ ଆୟୋଗ ଅବଗତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଓଏଚଆରସି ରାଜ୍ୟ ସରକାରଙ୍କୁ ‘ଡାହାଣୀ’ ଶବ୍ଦ ବ୍ୟବହାରକୁ ଅପରାଧ ଭାବେ ଘୋଷଣା କରିବା, ଆଇନକୁ ଲିଙ୍ଗ-ନିରପେକ୍ଷ କରିବା ଏବଂ ପ୍ରତିରୋଧ, ପୁନର୍ବାସ ଓ ନ୍ୟାୟ ପୁନସ୍ଥାପନ (ରେଷ୍ଟୋରେଟିଭ୍ ଜଷ୍ଟିସ୍) ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ସଂଶୋଧନ କରିବାକୁ ନିର୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking