18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶବିପଦ ସାଜିପାରେ ୱାସିଙ୍ଗ ମେସିନ୍ ବ୍ୟବହାର କରିବା......

ବିପଦ ସାଜିପାରେ ୱାସିଙ୍ଗ ମେସିନ୍ ବ୍ୟବହାର କରିବା……

ନୂଆଦିଲ୍ଲୀ: ୱାସିଙ୍ଗ ମେସିନ ୟୁଜ୍ କରିବା ବହୁତ ସହଜ, କିନ୍ତୁ ଅନେକ ଥର ୱାସିଙ୍ଗ ମେସିନକୁ ୟୁଜ୍ କରିବା ସମୟରେ ଆମର ଛୋଟ ଛୋଟ ଭୁଲ ଆମ ଜୀବନ ପ୍ରତି ବିପଦ ସାଜିପାରେ । ନିକଟରେ ଲକ୍ଷ୍ନୌରେ ୱାସିଙ୍ଗ ମେସିନ୍ ବ୍ୟବହାର କରିବା ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଯାହାପରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କିଛି ଦିନ ପୁର୍ବରୁ ଲକ୍ଷ୍ନୌରେ ଜଣେ ମହିଳା ନିଜ ଘରେ ୱାସିଙ୍ଗ ମେସିନରେ କପଡା ଧୋଉଥିଲେ । ଏହି ସମୟରେ ତାର କଟି ଯାଇଥିବା କାରଣରୁ ୱାସିଙ୍ଗ ମେସିନରେ କରେଣ୍ଟ ଆସିଯାଇଛି ଏବଂ ମହିଳାଙ୍କୁ କରେଣ୍ଟ ଲାଗିବା କାରଣରୁ ତାଙ୍କର ମୃତୁ୍ୟ ହୋଇଛି । ତେବେ ଏମିତିରେ ଆପଣ ଯଦି ୱାସିଙ୍ଗ ମେସିନ ବ୍ୟବହାର କରିବା ସମୟରେ ସାମାନ୍ୟ ବି ଅବହେଳା କରୁଛନ୍ତି ତାହେଲେ ଏବେ ଠାରୁ ସାବଧାନ ହୋଇଯାନ୍ତୁ ।

ଯଦି ଆପଣ ନିଜ ୱାସିଙ୍ଗ ମେସିନର ସର୍ଭିସ କରୁଛନ୍ତି ତାହେଲେ ଆପଣଙ୍କୁ ଏହି କଥା ଉପରେ ଧ୍ୟାନ ରଖିବାକୁ ହେବ ଯେ ଯେପରି ଏହାର ତାରରେ କୌଣସି ପ୍ରକାର କଟା ଫଟା ରହିଯାଇନି ତ । ଯଦି ଏମିତି ରହିଥାଏ ତାହେଲେ ୱାସିଙ୍ଗ ମେସିନରେ କରେଣ୍ଟ ଆସିବାର ସମ୍ଭାବନା ବଢ଼ିଯାଇଥାଏ ଏବଂ ଆପଣ ଦୁର୍ଘଟଣାର ଶିକାର ହୋଇପାରନ୍ତି ।

ୱାସିଙ୍ଗ ମେସିନ ୟୁଜ କରିବା ସମୟରେ ଅନେକ ଥର ମେସିକୁ କେଣ୍ଟ୍ରାଲ କରୁଥିବା ବଟନ ଉପରେ ପାଣି ପଡିଯାଇଥାଏ । ଯଦି ଆପଣ ଏହା ଉପରେ ବି ଧ୍ୟାନ ଦେବେ ନାହିଁ ତାହେଲେ ମଧ୍ୟ ବହୁତ ବଡ ସମସ୍ୟାକୁ ସାମ୍ନା କରିପାରନ୍ତି । ଏଥିପାଇଁ ଯେତେବେଳେ ବି ୱାସିଙ୍ଗ ମେସିନର ବ୍ୟବହାର କରିବେ ସେତେବେଳେ ମେସିନର କଣ୍ଟ୍ରୋଲ ପ୍ୟାନେଲ ଉପରେ ପାଣି ପକାଇବାକୁ ଦିଅନ୍ତୁନାହିଁ ।

ୱାସିଙ୍ଗ ମେସିନ ସର୍ଭିସ କରିବା ସମୟରେ ସବୁବେଳେ ଏକ୍ସପେରିୟନ୍ସ ଟେକ୍ନିସିଆନଙ୍କ ଠାରୁ ହିଁ କରିବା ଉଚିତ । ଏକ୍ସପର୍ଟ ନଥିବା ଟେକ୍ସିସିଆନ ବେଳେବେଳେ ମେସିନ ଭିତରେ ଥିବା ତାରରେ ଟେପ ଲଗାଇବାକୁ ଭୁଲିଯାନ୍ତି । ଏହାସହିତ ଅନେକ ଥର ମୋଟର ପେଚ ବି ସଠିକ ଭାବେ କରନ୍ତି ନାହିଁ । ଏମିତିରେ ୱାସିଙ୍ଗ ମେସିନ ୟୁଜ କରିବା ସମୟରେ ଦୁର୍ଘଟଣା ଘଟିବାର ବହୁତ ବେଶି ସମ୍ଭାବନା ବଢ଼ିଯାଇଥାଏ । ତେଣୁ ଆପଣ ଏପରି ଦୁର୍ଘଟଣାରୁ ରକ୍ଷା ପାଇବାକୁ ଯଦି ଚାହୁଁଛନ୍ତି ତାହେଲେ ଏଥିପ୍ରତି ଯଥେଷ୍ଟ ସତର୍କ ଆଉ ସଚେତନ ରୁହନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking