17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଆମେରିକା-ଦକ୍ଷିଣ କୋରିଆ ସମରାଭ୍ୟାସ; ଜବାବରେ ଉତ୍ତରକୋରିଆର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ

ଆମେରିକା-ଦକ୍ଷିଣ କୋରିଆ ସମରାଭ୍ୟାସ; ଜବାବରେ ଉତ୍ତରକୋରିଆର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ

ସିଓଲ: ଆମେରିକା ଓ ଦକ୍ଷିଣକୋରିଆ ପକ୍ଷରୁ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ମିଳିତ ସାମରିକ ଅଭ୍ୟାସକୁ ନେଇ ଉତ୍‌କ୍ଷିପ୍ତ ହୋଇପଡିଛି ଉତ୍ତରକୋରିଆ । ଆମେରିକା ଏବଂ ଦକ୍ଷିଣକୋରିଆର ଏହି ସମରାଭ୍ୟାସ ଶୁକ୍ରବାର ସୁଦ୍ଧା ଦ୍ୱିତୀୟ ଦିନରେ ପହଞ୍ôଚଥିବା ବେଳେ ଏହାର ଜବାବରେ ଉତ୍ତରକୋରିଆ ପୂର୍ବ ଉପକୂଳରେ ଅନେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଦକ୍ଷିଣକୋରିଆର ଯୁଗ୍ମ ଚିଫ୍ ଅଫ୍ ଷ୍ଟାଫ୍ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବ ଉପକୂଳ ୱାନସାନ ଅଞ୍ଚଳରୁ ପ୍ରକ୍ଷେପଣ କରାଯାଇଥିବା ଏହି କ୍ଷେପଣାସ୍ତ୍ର ପ୍ରାୟ ୩୦୦ କିମି ପର୍ଯ୍ୟନ୍ତ ଗତି କରି କୋରିଆ ଉପଦ୍ୱୀପ ଓ ଜାପାନ ମଧ୍ୟରେ ସମୁଦ୍ରରେ ଖସି ପଡ଼ିଥିଲା । ଅନ୍ୟପକ୍ଷେ ଆମେରିକା ଓ ଦକ୍ଷିଣ କୋରିଆର ମିଳିତ ସମରାଭ୍ୟାସରେ ଦକ୍ଷିଣ କୋରିଆର ୨ଟି ଏଫ୍‌-୩୫ଏଏସ୍ ଓ ୨ଟି ୟୁଏସ୍ ଏଫ୍‌-୨୨ ସାମିଲ ହୋଇଥିବା ସମ୍ପର୍କରେ ମଧ୍ୟ ସେ କହିଛନ୍ତି । ପ୍ରକାଶ, ଇତିମଧ୍ୟରେ ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟ ଏହି ଅଞ୍ଚଳରେ ବାରମ୍ବାର ମିଳିତ ଅଭ୍ୟାସ କରୁଛନ୍ତି । ଏହା ଫଳରେ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଚାଲିଛି । ସେହିପରି ଗତ କିଛି ମାସ ହେବ ଉତ୍ତରକୋରିଆ ମଧ୍ୟ ବାରମ୍ବାର ତାଗିଦ୍ କରାଯିବା ସତ୍ତ୍ୱେ ନିଜ ହିସାବରେ ଲଗାତାର ବାଲିଷ୍ଟିକ୍ ମିସାଇଲ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରସବୁ ପରୀକ୍ଷଣ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking