ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗରର ଅନ୍ତର୍ଜାତୀୟ ଆକାଶ ଅଞ୍ଚଳରେ ଚୀନ୍ର ଜେଜେ-୧୧ ଯୁଦ୍ଧ ବିମାନ ନିଜ ବିମାନର ଅତି ନିକଟକୁ ଚାଲିଆସିଥିବା ଘଟଣାକୁ ନେଇ ଆମେରିକା କଡ଼ା ଆପତ୍ତି ଦର୍ଶାଇଛି । ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଚୀନ୍ର ଯୁଦ୍ଧ ଜେଟ୍ ଦକ୍ଷିଣ ଚୀନ୍ ସାଗରର ଅନ୍ତର୍ଜାତୟ ଆକାଶ ମାର୍ଗରେ ନିୟମିତ ସଞ୍ଚାଳନ କରୁଥିବା ଆମେରିକା ବାୟୁସେନାର ବି-୫ ବୋମାବର୍ଷକ ବିମାନର ୧୦ ଫୁଟରୁ ଅଧିକ ନିକଟକୁ ଚାଲିଆସିଥିଲା ।
ଆମେରିକା ସେନାର ଇଣ୍ଡୋ-ପ୍ୟାସିଫିକ୍ କମାଣ୍ଡ୍ ଆହୁରି କହିଛି ଚୀନ୍ ପାଇଲଟ୍ଙ୍କ ଏପରି କାର୍ଯ୍ୟ ଫଳରେ ଦୁଇ ବିମାନ ମଧ୍ୟରେ ଧକ୍କା ଲାଗିବା ଆଶଙ୍କା ବୃଦ୍ଧି ପାଇଥିଲା । ଇଣ୍ଡୋ-ପ୍ୟାସିଫିକ୍ କମାଣ୍ଡ୍ ଏହି ଘଟଣାର ଏକ ଭିଡିଓ ମଧ୍ୟ ଶେୟାର କରିଛି । ଚୀନ୍ ଜେଟ୍ ପଛରୁ ଆସି କିପରି ଆମେରିକା ବି-୫୨ ବିମାନର ନିକଟରେ ପହଞ୍ଚୁଛୁ ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ।