28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଆଫଗାନିସ୍ତାନରେ ନିଖୋଜ ଆମେରିକୀୟ ନାଗରିକ

ଆଫଗାନିସ୍ତାନରେ ନିଖୋଜ ଆମେରିକୀୟ ନାଗରିକ

କାବୁଲ: ପାଖାପାଖି ଦୁଇ ମାସ ହେଲାଣି ଆଫଗାନିସ୍ତାନରେ ଜଣେ ଆମେରିକୀୟ ନାଗରିକ ନିଖୋଜ ଅଛନ୍ତି । ସେହି ନାଗରିକ ଜଣକ କାବୁଲର ଏକ ଟେଲିକମ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏଥିପାଇଁ ୮ ସପ୍ତାହ ତଳେ ଆମେରିକାରୁ ଆଫଗାନିସ୍ତାନକୁ ଯାଇଥିଲେ । ହେଲେ ଅଗଷ୍ଟ ୧୦ ତାରିଖ ପରଠାରୁ ତାଙ୍କର କୌଣସି ପତ୍ତା ମିଳୁନି । ନିଖୋଜ ଥିବା ବ୍ୟକ୍ତି ଆଫଗାନିସ୍ତାନର ପୂର୍ବତନ ବିମାନ ଚଳାଚଳ ପ୍ରାଧିକରଣ ଅଧିକାରୀ ଏବଂ ତାଙ୍କ ନାମ ମହମ୍ମଦ ଶାହ ହବିବି ବୋଲି ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକଙ୍କ କହିବା ମୁତାବକ, ହବିବି ୩ ବର୍ଷ ହେଲାଣି କାବୁଲର ଏକ ଟେଲିକମ କମ୍ପାନୀରେ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ ।

ଆଫଗାନିସ୍ତାନରେ ତାଲିବାନ ପୁଣି କ୍ଷମତାକୁ ଫେରିବା ପରେ ତାଙ୍କର କୌଣସି ସମସ୍ୟା ହୋଇନଥିଲା । ହେଲେ କିଛି ଦିନ ହେବ ସେ ନିଖୋଜ ଅଛନ୍ତି । ତେବେ ହବିବ ବର୍ତ୍ତମାନ ତାଲିବାନ ହେପାଜତରେ ଥିବା ପରିବାର ଲୋକେ ଦାବି କରିଛନ୍ତି । ନିଖୋଜଙ୍କ ଭାଇ ଅହମ୍ମଦ ଶାହ କହିଛନ୍ତି ଯେ, କେବଳ ହବିବ ନୁହଁନ୍ତି ତାଙ୍କ ସମେତ କମ୍ପାନୀର ୨୯ ଜଣଙ୍କୁ ଏକାଦିନେ ଗିରଫ କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମୁକ୍ତ କରାଯାଇଥିଲା । ଅନ୍ୟପଟେ ମିଡିଆ ରିପୋର୍ଟ ଅନୁସାରେ, ଆମେରିକାର କିଛି ନାଗରିକଙ୍କୁ ଆଫଗାନିସ୍ତାନରେ ଅଟକ ରଖାଯାଇଥିବା ସମ୍ପର୍କରେ ଅବଗତ ଥିବା ନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking