28.1 C
Bhubaneswar
Friday, October 18, 2024
Homeଓଡିଶାଶ୍ରୀମନ୍ଦିର ମେଘନାଦ ପାଚେରୀ ଉପରେ ପରିସ୍ରା ଦୃଶ୍ୟ

ଶ୍ରୀମନ୍ଦିର ମେଘନାଦ ପାଚେରୀ ଉପରେ ପରିସ୍ରା ଦୃଶ୍ୟ

ପୁରୀ : ମତେ ଯେତେ ମାଠିବୁ ମାଠେ ମୁ ସେଇ ଦରପଡା କାଠେ । ପୁଣି ଆଉଥରେ ଶ୍ରୀମନ୍ଦିର ପରିସରରେ ଭକ୍ତ ଓ ସେବାୟତ ପରିସ୍ରା କରୁଥିବା ଭିଜୁଆଲ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ଏବେ ଏହି ଭିଜୁଆଲ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି । ଯାହା ଅଗଣିତ ଜଗନ୍ନାଥ ପ୍ରେମୀଙ୍କୁ କୁଠାରଘାଟ ଦେଇଛି । ଏହା ପୂର୍ବରୁ ମଧ୍ୟ ଅନେକଥର ରୋଷଘର ଓ ବିଭିନ୍ନ ମନ୍ଦିର ପ୍ରାଙ୍ଗଣରେ ପରିସ୍ରା କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଦିଗରେ ପୂର୍ବରୁ ଅନେକ ଥର ଶ୍ରୀମନ୍ଦିର ପ୍ରଶାସନ ଜେଟିପି ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନେକ ଥର ନୋଟିସ ମଧ୍ୟ ଜାରି କରାଯାଇଛି ।

ଏଠାରେ କିନ୍ତୁ  ଶ୍ରୀମନ୍ଦିର ପ୍ରଶାସନ କେବଳ ନୁହେଁ ସେବାୟତ ଓ ଭକ୍ତମାନେ ମଧ୍ୟ ସଚେତନ ହେବ ଆବଶ୍ୟକ କାରଣ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଶ୍ରୀମନ୍ଦିର ସହ ଜଡିତ । ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା କରିଡର ପାଇଁ ଅନେକ ଯୋଜନା କରାଯାଉଥିବା ବଳେ ଏଭଳି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଥିବା ସମସ୍ତ ନିୟମକୁ କାଗଜ କଲମରେ ସୀମିତ ନରଖି ଏହି ଦିଗରେ ତତ୍ପରତା ସହ ସମସ୍ତ ନିୟମକୁ କାର୍ଯ୍ୟକ୍ଷମ କରିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking