ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ୟୁରିଆ ସାରର ଅଭାବୀ ବିକ୍ରି ସହିତ କଳାବଜାରୀର ସମ୍ମୁଖୀନ ହୋଇ ହତାଶ ଚାଷୀକୁଳ। କେତେବେଳେ ଦୈବିଦୁର୍ବିପାକ ଯୋଗୁଁ କ୍ଷତିଗ୍ରସ୍ତ ହେଉଛନ୍ତି ତୋ ପୁଣି କେତେବେଳେ କୃଷିବିଭାଗ ଅଧିକାରୀ ଏବଂ ଲାଇସେନ୍ସପ୍ରାପ୍ତ ସାର ଦୋକାନୀଙ୍କ ମଧୁଚନ୍ଦ୍ରିକା ପାଇଁ ଶୋଷଣର ଶିକାର ହୋଇ ଆର୍ଥିକ ନିର୍ଯ୍ୟାତନା ଭୋଗୁଛନ୍ତି।ସବୁକୁ ସାମ୍ନାକରି ‘ଚାଷ ଅଛି ଯାହାର, କି ଆନନ୍ଦ ତାହାର’ ନାରାକୁ ବାସ୍ତବରୂପ ଦେବାପାଇଁ ଅଣ୍ଟା ସଳଖୁ ଥିବା ବେଳେ ସରକାର ଏବଂ ପ୍ରଶାସନର ଅସହଯୋଗ ପାଇଁ ୟୁରିଆ ସାରର ଖୁଲମଖୁଲା କଳାବଜାରୀ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଥିବା ଅଭିଯୋଗ ହେଉଛି। ତେବେ ୟୁରିଆସାର ବୁରାପ୍ରତି ଦାମ ୨୬୬ଟଙ୍କା ୫୦ପଇସା ରହିଥିବା ବେଳେ ବଜାରରେ କଳାବଜାରୀ ହୋଇ ପାଞ୍ଚଶହ ରୁ ଛଅ ଶହଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି ହେଉଛି। ଏହାର ପ୍ରତିବାଦରେ ବାମନଘାଟି କୃଷକ ସଙ୍ଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଅହ୍ଲାଇବ ବୋଲି ଚେତାବନୀ ଦେଇଛି କୃଷକ ସଙ୍ଗଠନ।
ବାଇଟ -ରାମଚନ୍ଦ୍ର ମୁର୍ମୁ, କୃଷକ ସଙ୍ଗଠନ କର୍ମକର୍ତ୍ତା
ତେବେ ସରକାର ଆବଶ୍ୟକ ପରିମାଣର ସାର ଯୋଗାଇ ଦେଉ ନଥିବାରୁ ଚାଷୀମାନେ 266ଟଙ୍କା50ପଇସା ବଦଳରେ ବସ୍ତା ପିଛା 500 ରୁ 600 ଟଙ୍କା ଦେଇ କଳାବଜାରୀ ପାଖରୁ କିଣିବାକୁ ବାଧ୍ୟ ହେଉଛନ୍ତି । ଧାନରୁଆ ସହ ବଛାବଛି ଶେଷପରେ ଧାନଗଛ ହୃଷ୍ଟପୁଷ୍ଟ ସାଙ୍ଗକୁ ଥୁଡ଼ ପାଇଁ ୟୁରିଆ ସାରର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ । ସରକାର ବିଭିନ୍ନ ସେବା ସମବାୟ ସମିତି ଜରିଆରେ ସାର ଯୋଗାଇ ଦେଉଛନ୍ତି ବୋଲି ଡେଙ୍ଗୁର ପିଟୁଛନ୍ତି । କିନ୍ତୁ ଆବଶ୍ୟକ ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆ ଯାଉନାହିଁ । ଯାହା ଫଳରେ ସାମାଜିକ ଦୂରତାକୁ ଫୁ କରି ଭିଡାଭିଡି ହେଉଛନ୍ତି ଚାଷୀ । ଯାହା ଦ୍ଵାରା କୋଭିଡ-19 ନିୟମକୁ ଉଲ୍ଲଂଘନ କରିବା ସହ ନିଜକୁ ବିପଦ ମୁଖକୁ ଟାଣି ନେଉଛନ୍ତି । ଦିର୍ଘ ୭ମାସରୁ ଉର୍ଦ୍ଧ୍ବ ହେଲାଣି ଶ୍ରମିକ,କୃଷକ, ଖଟିଖିଆ,ଚାଷୀ ହାତବାନ୍ଧି ବେରୋଜଗାର ହୋଇ ଘରେ ବସିଛନ୍ତି । ଧାର କରଜ କରି ଋଣ ଯନ୍ତାରେ ପଡିଛନ୍ତି ସର୍ବହରା ଚାଷୀ। ଘରେ ରହି ଚାଷ କାମ କରୁଥିବା ବେଳେ ଗୋଟାଏ ପକ୍ଷରେ କରୋନା ମହାମାରୀର ମାଡ଼ ତ ଆଉ ଗୋଟେପଟେ ଦାଉସାଧୁଛି ବନ୍ୟା ବିତ୍ପାତ । ଚାଷୀମୁଣ୍ଡରେ ହାତମାରି ବସିଥିବା ବେଳେ କୃଷି ଅଫିସର ଓ ରିଟେଲଙ୍କ ମଧୁଚନ୍ଦ୍ରିକା ବୋଝ ଉପରେ ନଳିତା ବିଡ଼ା ସଦୃଶ ପରିସ୍ଥିତି ସୃଷ୍ଟି କରିଛି। ପରିସ୍ଥିତିକୁ କେମିତି ସାମ୍ନା କରିବ ତାକୁନେଇ ଏବେ ଚିନ୍ତାରେ ଚାଷୀ । ଯାହାକୁନେଇ ମୟୂରଭଂଜ ଜିଲ୍ଲାର ବାମନଘାଟୀ ,ସାରସକଣା, ବିଶୋଇ, ବାଙ୍ଗରିପୋଷିରେ ୟୁରିଆସାର ମିଳୁ ନାହିଁ ।ବଜାରରେ ଓ ଲ୍ଯାମ୍ପରେ ୟୂରିଆ ନାହଁ । ଚାଷୀମାନେ କୃଷି ଅଧିକାରୀଙ୍କୁ ଏବାବଦରେ ଜଣାଇଲେ ମଧ୍ୟ ରିଟେଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ ।କୃଷି ଓ କୃଷକର ସମସ୍ୟା ସମାଧାନ ଦାବି ନେଇ ଆଗକୁ ଆସିଛି ମୟୁରଭଞ୍ଜର ଅଗ୍ରଣୀ ବାମନଘାଟୀ କୃଷକ ସଂଗଠନ । ସଂଗଠନର କର୍ମକର୍ତ୍ତା ଓ ଚାଷୀମାନେ ୟୁରିଆ ସାରର କଳାବଜାରୀ ସହିତ ଦୁର୍ନୀତିଗ୍ରସ୍ତ କୃଷି କର୍ମଚାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।
ବାମନଘାଟୀ କୃଷକ ସଂଘ ସଭାପତି ରାମଚନ୍ଦ୍ର ମୁର୍ମୁ, ସଂପାଦକ ଭଂଜ କିଶୋର ମହାନ୍ତି,ଜନକ ସିଂ, ଚନ୍ଦ୍ର ଶେଖର ମଣ୍ଡଳ,ମୋହନ ହାଁସଦା ପ୍ରମୁଖ ବହୁଚାଷୀ ଉପଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କୃଷି ଓ କୃଷକଙ୍କ ବିକାଶ ପାଇଁ ଅଙ୍ଗୀକାରବଦ୍ଧ ମାନ୍ୟବର କୃଷିମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଜଣାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜଣାଇବେ ବୋଲି କହିଛନ୍ତି ବିଜେଡି ନାରୀନେତ୍ରୀ।
ବାଇଟ – ବିଜେଡି ନାରୀନେତ୍ରୀ
ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲବାହାଦୁର ଶାସ୍ତ୍ରୀ ଦେଇଥିବା ‘ଜୟ ଜବାନ, ଜୟ କିଷାନ’ ନାରା ଆଜି ଉପେକ୍ଷିତ ଏବଂ ଉପହାସିତ ହେଉଥିବା ବେଳେ ଏହାର ଯଥାର୍ଥତା ପ୍ରତିପାଦନ ପାଇଁ ସରକାର ଆଗକୁ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।