18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶରାହୁଲ-ଅଦାନୀ ପ୍ରସଙ୍ଗକୁ ନେଇ ସଂସଦରେ ହଟ୍ଟଗୋଳ; ଉଭୟ ଗୃହ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ

ରାହୁଲ-ଅଦାନୀ ପ୍ରସଙ୍ଗକୁ ନେଇ ସଂସଦରେ ହଟ୍ଟଗୋଳ; ଉଭୟ ଗୃହ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ

ନୂଆଦିଲ୍ଲୀ: ଅଦାନୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ବିପକ୍ଷ ଓ ସରକାରୀ ଦଳ ସାଂସଦଙ୍କ ହଟ୍ଟଗୋଳ ପରେ ମଙ୍ଗଳବାର ରାଜ୍ୟସଭା ଓ ଲୋକସଭାର କାର୍ଯ୍ୟ ଲଗାତାର ସପ୍ତମ ଦିନ ସ୍ଥଗିତ କରାଯାଇଛି । ଉଭୟ ଗୃହର କାର୍ଯ୍ୟ ଅପରାହ୍ଣ ୨ଟା ବେଳେ ପୁଣିଥରେ ଆରମ୍ଭ ହୋଇଥିଲା । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ କହିବା ପାଇଁ ଛିଡ଼ାହେବା ମାତ୍ରେ ଶାସକ ଦଳ ସାଂସଦମାନେ ରାହୁଲ ଗାନ୍ଧୀଙ୍କ କ୍ଷମାପ୍ରାର୍ଥନା ଦାବିରେ ନାରାବାଜି ଆରମ୍ଭ କରିଦେଇଥିଲେ । ଏହାପରେ ସଭାପତି ଜଗଦୀପ ଧନକଡ଼ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରିଥିଲେ । ଏହା ପୂର୍ବରୁ ଜଗଦୀପ ଧନକଡ଼ ନିଜ ଚାମ୍ବରରେ ଗୃହ କାର୍ଯ୍ୟ ସୁନିଶ୍ଚିତ କରିବା ନିମନ୍ତେ ସର୍ବଦଳୀୟ ବୈଠକ ଡାକିଥିଲେ । ତେବେ ଏଥିରେ ବିଜେପି, ୱାଏସ୍‌ଆର୍ କଂଗ୍ରେ ଏବଂ ଟିଡିପି ବ୍ୟତୀତ ଅନ୍ୟ ରାଜ୍ୟନୈତିକ ଦଳର ନେତାମାନେ ଯୋଗଦେଇ ନଥିଲେ ।

ସେହିପରି ଲୋକସଭାରେ ବିରୋଧୀ ଦଳ ସାଂସଦଙ୍କ ନାରାବାଜି କାରଣରୁ ଗୃହକାର୍ଯ୍ୟ ୨୫ ମିନିଟ୍ ଚାଲିବା ପରେ ମାର୍ଚ୍ଚ ୨୩ ସକାଳ ୧୧ଟା ପର୍ଯ୍ୟନ୍ତ ୠୃହକୁ ମୁଲତବୀ ରଖାଯାଇଥିଲା । ଲୋକସଭା ଅଧ୍ୟକ୍ଷା ଓମ୍ ବିରଳା ମଧ୍ୟ ଅପରାହ୍ଣ ଗୋଟାଏ ବେଳେ ନିଜ ଚାମ୍ବର୍‌ରେ ସର୍ବଦଳୀୟ ବୈଠକ ଡକାଇଥିଲେ । ଗୃହକାର୍ଯ୍ୟ ସ୍ଥଗିତ ହେବାପରେ ସମସ୍ତ ବିରୋଧୀ ଦଳ ପକ୍ଷରୁ ସଂସଦର ପ୍ରଥମ ମହଲାରେ ପ୍ରଦର୍ଶନ କରିଥିଲେ । ସମସ୍ତ ସାଂସଦଙ୍କ ହାତରେ ବ୍ୟାନର୍‌-ପୋଷ୍ଟର ଥିଲା । ସେମାନେ ଅଦାନୀ-ହିଣ୍ଡେନ୍‌ବର୍ଗ ରିପୋର୍ଟ ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦାବିରେ ନାରାବାଜି କରିଥିଲେ । ତେବେ ମମତା ବାନାଜୀଙ୍କ ଟିଏମ୍‌ସିର ସାଂସଦମାନେ ଅଲଗା ପ୍ରଦର୍ଶନ କରିଥିଲେ । ସେମାନେ ଅଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ ।
କ୍ଷମା ମାଗିବେନି ରାହୁଲ: ଖଡ୍‌ଗେ
ଲଣ୍ଡନର କେମ୍ବ୍ରିଜ୍ ୟୁନିଭର୍ସିଟିରେ ଦେଇଥିବା ବୟାନ ଉପରେ ରାହୁଲ ଗାନ୍ଧୀ ସଂସଦରେ କ୍ଷମା ମାଗିବେ ନାହିଁ ବୋଲି ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍‌ଗେ ଦୋହରାଇଛନ୍ତି । ସେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଆମକୁ ଜବାବ ମିଳିନି ସେପର୍ଯ୍ୟନ୍ତ ଅଦାନୀ ମାମଲାରେ ବାରମ୍ବାର ଜେପିସି ଯାଞ୍ଚ୍ କରିଚାଲିଥିବୁ । ଏହା କେବଳ ପ୍ରସଙ୍ଗ ଉପରୁ ଧ୍ୟାନ ହଟାଇବା ପାଇଁ କରାଯାଉଛି । ଆମ ଦୂତାବାସ ଉପରେ ଆମ୍ରକଣ ହେଉଛି, କିନ୍ତୁ ସରକାର ଏହାର ନିନ୍ଦା ପାଇଁ କିଛି କରୁନାହାନ୍ତି । ମାତ୍ର ଏବେ ‘ଦେଶଭକ୍ତି’ର କଥା କହୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking