18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଦିଲ୍ଲୀ ବିଧାନସଭାରେ ହଙ୍ଗାମା: ଆପ୍ ବିଧାୟକଙ୍କ ସ୍ଳେଗାନ୍‌

ଦିଲ୍ଲୀ ବିଧାନସଭାରେ ହଙ୍ଗାମା: ଆପ୍ ବିଧାୟକଙ୍କ ସ୍ଳେଗାନ୍‌

ନୂଆଦିଲ୍ଲୀ :ଅପରେସନ୍ ଲୋଟସ୍‌କୁ ନେଇ ରାଜନୈତିକ ହଟଚମଟ ଚାଲିଥିବା ବେଳେ ଶୁକ୍ରବାର ଆରମ୍ଭ ହୋଇଥିବା ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନରେ ହଙ୍ଗାମା ଦେଖିବାକୁ ମିଳିଛି । ଅଧିବେଶନ ଆରମ୍ଭ ମାତ୍ରେ ହିଁ ଆପ୍ ବିଧାୟକମାନେ ‘୨୦ ଖୋକା’ ସ୍ଳୋଗାନ୍ ଦେଇଥିଲେ । ପାର୍ଟିର ବିଧାୟକଙ୍କୁ ୨୦ କୋଟି ଟଙ୍କାରେ କିଣିବା ପାଇଁ ବିଜେପି ଉଦ୍ୟମ ଚଳାଇଥିବା ଆପ୍ ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଅବକାରୀ ଘୋଟାଲାକୁ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଇସ୍ତଫା ଦାବିରେ ବିଜେପି ବିଧାୟକମାନେ ଗୃହରେ ହଙ୍ଗାମା କରିଥିଲେ ।

ଏହାପରେ ଡେପୁଟି ସ୍ପିକର୍ ସମସ୍ତ ବିଜେପି ବିଧାୟକଙ୍କୁ ଦିନକ ପାଇଁ ମାର୍ଶାଲ୍ ଆଉଟ୍ କରିଦେଇଥିଲେ । ମାର୍ଶାଲ୍ ଆଉଟ୍ ହେବାପରେ ସେମାନେ ଗୃହ ବାହାରେ ଥିବା ଗାନ୍ଧୀମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଥିଲେ । ମଦ ନୀତିରେ ସିସୋଦିଆଙ୍କ ଭୂମିକାକୁ ନେଇ ସେମାନେ ସ୍ଳୋଗାନ ଦେବା ସହ ବିଜେପି କର୍ମୀ ମଦବୋତଲର କଟ୍‌ଆଉଟ୍ ଧରି ରାସ୍ତାରେ ପ୍ରଦର୍ଶନ କରିଥିଲେ ।
ସଦନରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଥିଲେ, ଯେକୌଣସି ଭଲ କାମ କଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଅସୁରକ୍ଷିତ ମନେ କରିଥାନ୍ତି । ତାଙ୍କ ଚିନ୍ତାଧାରା ଅତି କଦର୍ଯ୍ୟ ।

ଭଲ କାମ କରୁଥିବା ବ୍ୟକ୍ତିଙ୍କୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଉପାୟ ସବୁ କରୁଛନ୍ତି, ତାହା ତାଙ୍କ ଛୋଟ ମାନସିକତାକୁ ପ୍ରଦର୍ଶିତ କରୁଛି । ଏହା ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା କେତେ ଛୋଟ ତାହା ଦେଖାଉଛି ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ବିଜେପିର ଆପ୍ ସରକାର ଭାଙ୍ଗିବା ଉଦ୍ୟମକୁ କଟାକ୍ଷ କରିଛନ୍ତି । ସେ ବିଜେପିକୁ ସିରିୟଲ୍ କିଲର୍ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଆପ୍‌ର ଜଣେ ବି ବିଧାୟକ ପାର୍ଟି ଛାଡ଼ିନାହାନ୍ତି ଏବଂ ସୋମବାର ଦିଲ୍ଲୀ ବିଧାନସଭାରେ ଆପ୍ ସରକାର ଆସ୍ଥା ପ୍ରସ୍ତାବ ଆଣିବ । କେଜ୍ରିୱାଲ୍ ବିଜେପିକୁ କଟାକ୍ଷ କରି କହିଛନ୍ତି, ଦିଲ୍ଲୀରେ ଅପରେସନ୍ ଲୋଟସ୍ ଅପରେନ୍ କିଚଡ୍ (କାଦୁଅ)ରେ ପରିଣତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking