ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ଇଲେକ୍ଟ୍ରିକ କାର ପ୍ରଚଳନ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସବସିଡିରୁ ବି ଇଲେକ୍ଟ୍ରିକ ଭେଇକିଲ୍ସକୁ ପ୍ରୋତ୍ସାହନ ମିଳିଛି । ଏହାସହିତ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିରେ ଚିନ୍ତିତ ଥିବା ଲୋକେ ବି ଇଭି କିଣୁଛନ୍ତି । ଦେଶରେ ଏପର୍ଯ୍ୟନ୍ତ ଅନେକ ଇଲେକ୍ଟ୍ରିକ କାର ଲଂଚ ହୋଇସାରିଛି । ଲଗଜୁରୀ ଅଟୋମେକର ବିଏମଡବ୍ଲୁ ୨୦୨୨ରେ ଭାରତରେ ନିଜର ଦ୍ୱିତୀୟ ଇଲେକ୍ଟ୍ରିକ କାର ଆଇ୪ ଲଂଚ କରିପାରେ । ତେବେ ଦେଶରେ ଏହା ଆଇଏକ୍ସ ଇଲେକ୍ଟ୍ରିକ କାର ଲଂଚ କରିଛି । ବିଏମଡବ୍ଲୁ ଆଇ୪ ସିରିଜ ଗ୍ରେନ କ୍ରୁପର ଇଲେକ୍ଟ୍ରିକ ଭାରିଏଣ୍ଟ ଓ ଉନ୍ନତ ଡିଜାଇନ ସହ ଆସେ । ଏହା ୮୩.୯ କେଡବ୍ଲୁଏଚ ବ୍ୟାଟେରୀ ପ୍ୟାକରେ ଲାସ ରହିବା ନେଇ ଆଶା କରାଯାଉଛି । ଏଥିରେ ୪୫୦ କିମିରୁ ଅଧିକ ରେଂଜ ମିଳିପାରେ ।
ହ୍ୟୁଣ୍ଡାଇ ଜୁଲାଇ ୨୦୧୯ରେ ନିଜର ଇ କାର ହ୍ୟୁଣ୍ଡାଇ କୋନା ଇଲେକ୍ଟ୍ରିକ ଲଂଚ କରିଥିଲା । ଏହା କମ୍ପାନୀର ପ୍ରଥମ କାର ଥିଲା । ଏହାକୁ ନଭେମ୍ବର ୨୦୨୦ରେ ଗ୍ଲୋବାଲୀ ଅପଡେଟ କରାଯାଇଥିଲା । ଏହି କାରର ଏକ୍ସଟିରିୟ ଷ୍ଟାଇଲିଂରେ ବଡ ପରିବର୍ତନ ଦେଖିବାକୁ ମିଳିବ । କାର ଫ୍ରଣ୍ଟରେ ପରିବର୍ତନ କରାଯାଇଛି ଓ କମ୍ପାନୀ ଫ୍ରଣ୍ଟ ଗ୍ରିଲକୁ ସଂପୂର୍ଣ୍ଣ ଭାବରେ ହଟାଇଦେବ ଯାହା କାରକୁ ସ୍ମୁଦ ଲୁକ ଦେବ । କାରର ହେଡଲ୍ୟାମ୍ପସକୁ ବି ରି ପ୍ରୋଫାଇଲ କରାଯାଇଛି , ଯାହାଦ୍ୱାରା ଏହା ଅଧିକ ସାର୍ପ ଓ ସିଲ୍କ ଲୁକ ନଜର ଆସିବ ।
ସେହିପରି ହ୍ୟୁଣ୍ଡାଇ ଲୋନିକ୫ରେ ୧୨ ଇଂଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ, ଫ୍ଲେକିସ୍ୱଲ ସିଟସ, ବ୍ଲୁଲିଙ୍କ କନେକ୍ଟିଭିଟି ଓ ଆଡଭାନ୍ସଡ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ ସମେତ ଅନେକ ଖାସ ଫିଚର ଦେଖିବାକୁ ମିଳିବ ।
ମର୍ସିଡିଜ ବେଂଜ ଇକ୍ୟୁଏସ ଡାସବୋର୍ଡରେ ଏକ ବଡ ସ୍କ୍ରିନ ମିଳିବ । ଏହି ସ୍କ୍ରିନର ନାମ ଏମବିୟୁଏକ୍ସ ହାଇପରସ୍କ୍ରିନ ଯାହା ୫୫ ଇଂଚ ଲମ୍ବା । ଏଥିରେ ୧୭.୭ ଇଂଚର ଏକ କେନ୍ଦ୍ରୀୟ ସ୍କ୍ରିନ ରହିଛି । ଏହାସହ ଡ୍ରାଇଭର ଓ ଫ୍ରଣ୍ଟ ପାସେଂଜର ଙ୍କ ପାଇଁ ୧୨.୩ ଇଂଚ ଡିଜିଟାଲ ଡିସପ୍ଲେ ରହିଛି । ଏହି କାରରେ କମ୍ପୁୟଟିଂ କାମ ପାଇଁ ଅକ୍ଟା କୋର ସିପିୟୁ ଓ ୨୪ ଜିବି ରାମ ଦିଅଯାଇଛି । ଏହାବ୍ୟତୀତ ଇକ୍ୟୁଏସର ଚାରିପଟେ ବହୁତ ସେନ୍ସର ଲଗାଯାଇଛି ।