ନୂଆଦିଲ୍ଲୀ: ମେରଠ ଜନପଦ ଖରଖୌଦା ର ଲୋହିୟା ନଗର ମଣ୍ଡିରେ ରବିବାର ରାତିରେ କିଛି ଯୁବକ ବ୍ଲାକମେଲ କରିବା ବାହାନାରେ ଯୁବତୀ ଜଣକ ସହ ଥିବା ୨ ଜଣ ଯୁବକ ସାଙ୍ଗରେ ଅଭିଯୁକ୍ତମାନେ ର୍ଦୁବ୍ୟବହାର କରି ତାଙ୍କର ଅଶ୍ଲୀଳ ଭିଡିଓ ମଧ୍ୟ ବନାଇଥିଲେ । ଭିଡିଓ ଭାଇରାଲ କରିବାର ଧମକ ଦେଇ ଅଭିଯୁକ୍ତ ସେ ଦୁଇଜଣ ଯୁବକଙ୍କୁ ତିନି ଲକ୍ଷ ଟଙ୍କା ମାଗିଥିଲେ । ବିରୋଧ କରିବାରୁ ଦୁଇଜଣ ଯୁବକଙ୍କ ଠାରୁ ତାଙ୍କ ମୋବାଇଲ ଏବଂ ୩୨ ହଜାର ଟଙ୍କା ଲୁଟି ନେଇ ପିଟିପିଟି ହତ୍ୟା କରିଥିଲେ । ତେବେ ଏହାପରେ ପୀଡିତମାନେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।
ରବିବାର ରାତିରେ ଲୋଖିଆ ନଗର ଖାରଖୋଡା ଅଚଂଳର କାନସିରାମ କଲୋନି ସମେତ ଆଖପାଖରେ ରହୁଥିବା ୬ ଜଣ ଯୁବକ ଜଣେ ଯୁବତୀଙ୍କ ସହ ମିଶି ହାପୁଡର ମଜିଦପୁରା ନିବାସୀ ଯୁବେର ଏବଂ ତାଙ୍କ ବନ୍ଧୁ ଶେହେବାଜଙ୍କୁ ଫାଶରେ ପକାଇ ଦେଇଛନ୍ତି । ଯୁବତୀ ଉଭୟଙ୍କୁ ଲୋହିଆନଗର ପରିବା ବଜାରକୁ ଡାକିଲା । ସେହିସମୟରେ ଅଭିଯୁକ୍ତ ୬ ଜଣ ଯୁବକ ବି ସେଠାରେ ପହଂଚି ଯାଇଥିଲେ । ଅଭିଯୁକ୍ତମାନେ ଦୁଇ ଯୁବକ ଓ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ବନାଇଥିଲେ । ଭିଡିଓ ଭାଇରାଲ କରିବାର ଧମକ ଦେଇ ଅଭିଯୁକ୍ତ ଉଭୟ ଯୁବକଙ୍କଠାରୁ ୩ ଲକ୍ଷ ଟଙ୍କା ମାଗିଥିଲେ । ଏହାର ବିରୋଧ କରିବାରୁ ସେମାନେ ଦୁହିଁଙ୍କ ମୋବାଇଲ ଓ ୩୨ ହଜାର ଟଙ୍କା ଲୁଟି ନେଇଥିଲେ । ପରେ ଦୁହିଁଙ୍କୁ ପିଟି ପିଟି ଆହତ କରିଥିଲେ । ଏହାପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ୨୪ ଘଣ୍ଟା ଯାଏଁ କିଛି ପଦକ୍ଷେପ ନେଇନଥିଲା । ବରଂ ପୀଡିତଙ୍କ ଉପରକୁ ଆପୋଷ ବୁଝାମଣା କରିବା ପାଇଁ ଚାପ ପକାଇଥିଲା ।
ପୋଲିସର ସୂଚନାମୁତାବକ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ସଂଜୟ ,ଜୟ ଶର୍ମା କହିଛନ୍ତି ଯେ ଏ ବିଷୟରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ । ଅଭିଯୋଗ ପାଇବା ପରେ ତଦନ୍ତ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।