21.1 C
Bhubaneswar
Monday, November 18, 2024
Homeଅପରାଧଭଉଣୀ ବନେଇଲା ଅଶ୍ଳୀଳ ଭିଡିଓ, ଭାଇ କଲା ବ୍ଲାକମେଲ

ଭଉଣୀ ବନେଇଲା ଅଶ୍ଳୀଳ ଭିଡିଓ, ଭାଇ କଲା ବ୍ଲାକମେଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷନଉର ମହାନଗରରେ ଭିଡିଓ କଲ ମାଧ୍ୟମରେ ବ୍ଲାକମେଲ କରିବା ଅଭିଯୋଗ ସାମ୍ନାକୁ ଆସିଛି । ଯେଉଁଥିରେ ଭଉଣୀ ସାହାଯ୍ୟରେ ଦୁଇ ଭାଇ ଅଶ୍ଲୀଳ ଭିଡିଓ କଲ୍ କରାଉଥିଲା । ଭିଡିଓ କଲ ମାଧ୍ୟମରେ ଯୁବତୀ ସମସ୍ତ କାର୍ଯ୍ୟକଳାପ ରେକର୍ଡ କରି ନେଉଥିଲା ଓ ପରେ ତାକୁ ନେଇ ବ୍ଲାକମେଲିଂ କରୁଥିଲେ ।
ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଜମେ ବ୍ୟବସାୟୀ ଏଥିରେ ଫସିଥିଲେ । ଏହାପରେ ଅଭିଯୁକ୍ତମାନେ ତାଙ୍କଠାରୁ ୩୦ କୋଟି ଦାବି କରିଥିଲେ । ଗତ ୧୫ ଜୁନରୁ ବ୍ୟବସାୟୀ ଓ ଯୁବତୀଙ୍କ ମଧ୍ୟରେ ଚାଟିଂ ଆରମ୍ଭ ହୋଇଥିଲା । ଚାଟିଂ କରିବା ପୂର୍ବରୁ ଏକ ଅଜଣା ନମ୍ବରରୁ ହାଏ ମେସେଜ ବ୍ୟବସାୟୀଙ୍କୁ ପଠାଯାଇଥିଲା ।
ସେହି ନମ୍ବରରୁ ଭିଡିଓ କଲ ଆସିଥିଲା ଓ ପରେ ଭିଡିଓ କଲରେ ମହିଳା ଅଶ୍ଲିଳତା ଆରମ୍ଭ କରିଦେଇଥିଲେ । ଏହାଭିତରେ ଯୁବତୀ ଜଣକ ବ୍ୟବସାୟୀଙ୍କୁ ଫସାଇ ସବୁ କିଚି ରେକର୍ଡ କରିନେଇଥିଲା ଓ ଏହାପରେ ସେହି ନମ୍ବରରୁ ଯୁବତୀଙ୍କ ଭାଇ ମୋହିତ କଲ କରି ବୟବସାୟୀଙ୍କୁ ୫ କୋଟି ମାଗିଥିଲା । ଟଙ୍କା ନଦେଲେ ବନ୍ଧୁ ପରିଜନ ସବୁଆଡେ ସେହି ଭିଡିଓ ଭାଇରାଲ କରାଯିବ ବୋଲି ଧମକ ମିଳିଥିଲା ବ୍ୟବସାୟୀଙ୍କୁ । ତେବେ ୨୨ ଜୁନରେ ବ୍ୟବସାୟୀ ଜଣକ ମହାନଗରରେ ଦୁଇ ମୋବାଇଲ ନମ୍ବର ବିରୋଧରେ ମାମଲା ଦାୟର କରିଥିଲେ । ସେହି ନମ୍ବରରୁ କଲ କରି ପଇସା ମଗାଯାଉଥିଲା । ପରେ ଅଭିଯୁକ୍ତ ମୋହିତ ଓ ବିବେକଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ତେବେ ତାଙ୍କ ଭଉଣୀ ଏବେ ବି ଫେରାର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking