ଲକ୍ଷନଉ: ଉତ୍ତରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ ଜିଲ୍ଲା ପଂଚାୟତ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନର ଅଧିସୂଚନା ମଙ୍ଗଳବାର ଜାରି କରିଛନ୍ତି । କାର୍ଯ୍ୟକ୍ରମ ଅନୁସାରେ, ୩ ଜୁଲାଇରେ ମତଦାନ ହେବ । ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଅନୁସାରେ, ଜିଲ୍ଲା ପଂଚାୟତ ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଜିଲ୍ଲ୍ା ପଂଚାୟତର ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ଚୟନ କରାଯାଏ ।
ସୂଚନା ଅନୁସାରେ, ୨୬ ଜୁନରେ ନାମାଙ୍କନ ଦାଖଲ ହେବ । ସେହିଦିନ ନାମାଙ୍କନ ପତ୍ର ଯାଂଚ ହେବ । ନାମ ପ୍ରତ୍ୟାହାର କରିବାର ଶେଷ ତାରିଖ ୨୯ ଜୁନ । ମତଦାନ ୩ ଜୁଲାଇ ସକାଳ ୧୧ଟାରୁ ଦ୍ୱିପ୍ରହର ୩ଟା ଯାଏଁ ଚାଲିବ । ଏହାପରେ ମତଗଣନା ଆରମ୍ଭ ହେବ । ଉତ୍ତରପ୍ରଦେଶର ୭୫ ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୫ ଏପ୍ରିଲ, ଦ୍ୱିତୀୟରେ ୧୯ ଏପ୍ରିଲ, ତୃତୀୟରେ ୨୬ ଏପ୍ରିଲ ଓ ୪ର୍ଥରେ ୨୯ ଏପ୍ରିଲରେ ମତଦାନ ହୋଇଥିଲା । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଗ୍ରାମ ପଂଚାୟତ ସଦସ୍ୟଙ୍କ ପ୍ରାୟ ୭ ଲକ୍ଷ ୩୨ ହଜାର, ଗ୍ରାମ ପଂଚାୟତ ର ୫୮୧୭୬, କ୍ଷେତ୍ର ପଂଚାୟତ ସଦସ୍ୟର ୭୨୮୫୨ ଓ ଜିଲ୍ଲା ପଂଚାୟତ ସଦସ୍ୟର ୩୦୫୦ ପଦ ପାଇଁ ମତଦାନ ହୋଇଥିଲା । କହିରଖୁଛୁ ୟୁପିରେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ବିଦାନସଭା ନିର୍ବାଚନ ହେବ ।