18.1 C
Bhubaneswar
Friday, November 22, 2024
Homeଦେଶ ବିଦେଶୟୁପି: ୨୦ରେ ୩ୟ ପଯ୍ୟାୟ ଭୋଟ୍‌, ବିଜେପି, ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ସମାନ

ୟୁପି: ୨୦ରେ ୩ୟ ପଯ୍ୟାୟ ଭୋଟ୍‌, ବିଜେପି, ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ସମାନ

ନୋଏଡା : ଚଳିତମାସ ୨୦ରେ ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ କ୍ଷମତାସୀନ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ମୁଖ୍ୟତଃ ଲଢେଇ ଚାଲିଛି । ଏହି ପର୍ଯ୍ୟାୟ ପାଇଁ ଦୁଇ ଦଳ ପକ୍ଷରୁ ଯେଉଁ ପ୍ରାର୍ଥୀଙ୍କୁ ଛିଡା କରାଯାଇଛି, ସେମାନଙ୍କ ମଧ୍ୟରେ ଥିବା ଅପରାଧିକ ରେକର୍ଡ ପ୍ରାୟ ସମାନ ବୋଲି ଏଡିଆର (ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମ୍‌ସ) ସଂଗଠନ ପକ୍ଷରୁ କୁହାଯାଇଛି । ବିଜେପି ପକ୍ଷରୁ ୫୫ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ ୨୦ ଜଣଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ରହିଛି । ସେହିପରି ସମାଜବାଦୀ ପାର୍ଟିର ୨୧ ଜଣ ପ୍ରାର୍ଥୀ ସମଦଶା ଭୋଗୁଥିବା କୁହାଯାଇଛି ।

ଅପରପକ୍ଷରେ ବହୁଜନ ସମାଜ ପାର୍ଟିର ୧୮, କଂଗ୍ରେସର ୧୦ ଏବଂ ଆପ୍‌ର ୧୧ ପ୍ରାର୍ଥୀ ଏଭଳି ଅଭିଯୋଗ ମୁଣ୍ଡାଉଥିବା କୁହାଯାଇଛି । ଏହି ପର୍ଯ୍ୟାୟ ପାଇଁ ବିଭିନ୍ନ ଦଳର ମୋଟ ୬୨୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୧୦୩ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା କୁହାଯାଇଛି । ସଂପୃକ୍ତ ପ୍ରାର୍ଥୀମାନେ ସେମାନଙ୍କ ସତ୍ୟପାଠରେ ଅପରାଧିକ ରେକର୍ଡ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏଗୁଡିକ ମଧ୍ୟରେ ଅପହରଣ, ହତ୍ୟା, ହତ୍ୟା ଉଦ୍ୟମ, ମହିଳାଙ୍କ ପ୍ରତି ନିର୍ଯାତନା, ଦୁର୍ନୀତି ଇତ୍ୟାଦି ଅନ୍ତର୍ଭୁକ୍ତ । ଉତ୍ତରପ୍ରଦେଶ ବିଧାନସଭାର ମୋଟ ୪୦୩ ଆସନ ପାଇଁ ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ସାତଟି ପର୍ଯ୍ୟାୟରେ ଭୋଟ୍‌ଗ୍ରହଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking