25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶକେପ୍ ଟାଇନ୍ ପିଚ୍‌କୁ ଅସନ୍ତୋଷଜନକ ମାନ୍ୟତା

କେପ୍ ଟାଇନ୍ ପିଚ୍‌କୁ ଅସନ୍ତୋଷଜନକ ମାନ୍ୟତା

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍‌ସିଲ୍ (ଆଇସିସି) ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ କେପ୍ ଟାଉନ୍‌ର ନ୍ୟୁଲାଣ୍ଡ୍‌ସରେ ଖେଳାଯାଇଥିବା ଟେଷ୍ଟ୍ ମ୍ୟାଚ୍‌ର ପିଚ୍‌କୁ ଅସନ୍ତୋଷଜନକ ମାନ୍ୟତା ପ୍ରଦାନ କରିଛି । ଏହା ସହିତ ଗୋଟିଏ ଡିମେରିଟ୍ ପଏଣ୍ଟ୍ ମଧ୍ୟ ଦେଇଛି । ଦୁଇ ଟିମ୍ ମଧ୍ୟରେ ଏଠାରେ ଖେଳାଯାଇଥିବା ଦୁଇ ଟେଷ୍ଟ୍ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଇତିହାସର ସବୁଠୁ ଛୋଟ ମ୍ୟାଚ୍ ଥିଲା । ଏହି ମ୍ୟାଚ୍ ମାତ୍ର ଦୁଇଦିନ ମଧ୍ୟରେ ହିଁ ଶେଷ ହୋଇଥିଲା । ଏହି ମ୍ୟାଚ୍‌ରେ ଦୁଇ ଟିମ୍ ୪ ଇନିଂସ୍‌ରେ ମୋଟ ୧୦୭ ଓଭର୍ ବ୍ୟାଟିଂ କରିଥିଲେ । ଏହା ୧୪୭ ବର୍ଷର ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଫଳାଫଳ ନିର୍ଣ୍ଣିତ ହୋଇଥିବା ସବୁଠୁ ଛୋଟ ମ୍ୟାଚ୍ ଥିଲା । ଆଇସିସି ଦ୍ୱାରା ଅସନ୍ତୋଷଜନ ମାନ୍ୟତା ମିଳିବା ପରେ ଏବେ କ୍ରିକେଟ୍ ସାଉଥ୍ ଆଫ୍ରିକା ନିକଟରେ ଏହା ବିରୋଧରେ ଅପିଲ୍ ପାଇଁ ୧୪ ଦିନ ସମୟ ରହିଛି ।

ମ୍ୟାଚ୍ ଶେଷ ପରେ ମ୍ୟାଚ୍ ରେଫରି ନ୍ୟୁଲାଣ୍ଡ୍‌ସ (କେପ୍ ଟାଉନ୍‌) ପିଚ୍‌କୁ ଚିନ୍ତାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ନ୍ୟୁଲାଣ୍ଡ୍‌ସ ପିଚ୍‌ରେ ବ୍ୟାଟିଂ କରିବା ବହୁ କଷ୍ଟକର ଥିଲା । ପୂରା ମ୍ୟାଚ୍ ବେଳେ ବଲ୍ ଦ୍ରୁତ ଗତିରେ ଏବଂ କେବେ କେବେ ବିପଜ୍ଜନକ ଭାବେ ବାଉନ୍ସ ହେଉଥିଲା, ଯେଉଁଥିରେ ଶଟ୍ ଖେଳିବା କଷ୍ଟକର ହୋଇଥିଲା । କେତେକ ବ୍ୟାଟର୍‌ଙ୍କ ଗ୍ଲୋଭ୍‌ସରେ ବଲ୍ ବାଜିବା ସହିତ ଅଜବ ବାଉନ୍ସ ଯୋଗୁଁ କେତେକ ୱିକେଟ୍‌ର ପତନ ଘଟିଥିଲା ।

ଆଇସିସିର ‘ପିଚ୍ ଆଣ୍ଡ୍ ଆଉଟ୍‌ଫିଲ୍ଡ ମନିଟରିଂ ପ୍ରୋସେସ୍‌’ ଅଧୀନରେ ସମସ୍ତ ମ୍ୟାଚ୍‌ରେ ପିଚ୍ ଏବଂ ଆଉଟ୍‌ଫିଲ୍ଡ ଉପରେ ନଜର ରଖାଯାଇଥାଏ । ମ୍ୟାଚ୍ ରେଫରି ଯେଉଁ ପିଚ୍‌କୁ ଅସନ୍ତୋଷଜନକ ମାନିଥାନ୍ତି, ଆଇସିସି ସେହି ପିଚ୍‌କୁ ଗୋଟିଏ ଡିମେରିଟ୍ ପଏଣ୍ଟ ଦେଇଥାଏ । ସେହିପରି ଯଦି କୌଣସି ପିଚ୍ ୫ ବର୍ଷ ମଧ୍ୟରେ ୬ କିମ୍ବା ଅଧିକ ଡିମେରିଟ୍ ପଏଣ୍ଟ୍ ପାଇଥାଏ, ତାକୁ ୧୨ ମାସ ପାଇଁ ବ୍ୟାନ୍ କରାଯାଇଥାଏ । ଅର୍ଥାତ୍ ସେହି ଭେନ୍ୟୁରେ ଏକବର୍ଷ ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ହୋଇପାରିବ ନାହିଁ । ସେହିପରି ୧୨ ଡିମେରିଟ୍ ପଏଣ୍ଟ୍ ମିଳିଲେ ୨୪ ମାସ ବା ଦୁଇବର୍ଷ ପାଇଁ ବ୍ୟାନ୍ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking