27.1 C
Bhubaneswar
Saturday, July 6, 2024
Homeଓଡିଶାପୁରୀରେ ଝାଡ଼ାବାନ୍ତି ଅଣାୟତ୍ତ: ଗୋଟିଏ ଦିନରେ ମହିଳା, ପୂର୍ବତନ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ପୁରୀରେ ଝାଡ଼ାବାନ୍ତି ଅଣାୟତ୍ତ: ଗୋଟିଏ ଦିନରେ ମହିଳା, ପୂର୍ବତନ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ପୁରୀ : ପୁରୀ ପୌରାଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଥିବା ବେଳେ ଜ‌ଣେ ମହିଳା ଓ ପୁରୁଷ ଶୁକ୍ରବାର ଆଖି ବୁଜିଛନ୍ତି। ମୃତ ମହିଳା ଶ୍ରୀମନ୍ଦିର ନିକଟ ବିମାନବଡ଼ୁସାହିର ସୋମନାଥ ଦାସଙ୍କ ପତ୍ନୀ ବାସନ୍ତୀ ଦାସ(୭୦)। ପୁରୁଷ ଜଣକ ହେଉଛନ୍ତି ବାସେଳିସାହିର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ଖୁଣ୍ଟିଆ(୭୧)। ଉଭୟ ତିନି ଚାରିଦିନ ତଳୁ ଝାଡ଼ାବାନ୍ତିରେ ପଡ଼ିଥିଲେ ବୋଲି ପରିବାର ଲୋକେ କହିଛନ୍ତି।

ବାସନ୍ତୀ ଘରେ କିଛିଦିନ ହେବ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ଯାଏଁ ଝାଡ଼ାରେ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଆଉ କେତେଜଣ ଏବେ ବି ଆକ୍ରାନ୍ତ ଅଛନ୍ତି। ତାଙ୍କ ଝିଅ ମନୋରମା ଉପାଧ୍ୟାୟ କହିଛନ୍ତି, ତିନିଦିନ ତଳେ ହଠାତ୍‌‌ ମା’ଙ୍କ ଝାଡ଼ାବାନ୍ତି ହେଲା। ଔଷଧ ଦୋକାନରୁ ଔଷଧ ଆଣି ଦେଇଥିଲୁ। ତଥାପି ଦେହ ଭଲ ହୋଇ ନଥିଲା। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୁ। ସେଠାରେ ୧୫୬ ନମ୍ବର ଶଯ୍ୟାରେ ଚିକିତ୍ସା ଚାଲିଥିଲା। ଶୁକ୍ରବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁଘଟିଛି। ଏହି ଝାଡ଼ାବାନ୍ତିରେ ବାସନ୍ତୀଙ୍କ ମୃତ୍ୟୁକୁ ପ୍ରଥମ ଘଟଣା ବୋଲି କୁହାଯାଉଛି। ସେହିପରି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଖୁଣ୍ଟିଆ ଚାରିଦିନ ତଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସତ ହେଉଥିଲେ। ଆଜି ରାତିରେ ସେ ପ୍ରାଣ ହରାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking