29.1 C
Bhubaneswar
Monday, March 9, 2026
Homeଓଡିଶା୨ ବାଇକକୁ ଧକ୍କା ଦେଲା ଅଜଣା ଟ୍ରକ: ୪ ମୃତ

୨ ବାଇକକୁ ଧକ୍କା ଦେଲା ଅଜଣା ଟ୍ରକ: ୪ ମୃତ

ବରଗଡ: ଦୁଇଟି ବାଇକକୁ ଧକ୍କା ଦେଲା ଅଜଣା ଗାଡି । ୪ ଜଣଙ୍କର ମୃତ୍ୟୁ ୨ ଜଣ ଗୁରୁତର । ବରଗଡ ଜିଲ୍ଲା ଭେଡେନ ବ୍ଲକ ମେହେନା ଛକରେ ଘଟିଛି ଦୁର୍ଘଟଣା । ସୂଚନା ଅନୁସାରେ ଗୋଡଭଗା ପଟରୁ ଦୁଇଟି ବାଇକ ସୋନପୁର ଜିଲ୍ଲା ରାମପୁରକୁ ଯାଉଥିଲା । ଯିବା ସମୟରେ ରୁଷୁଡା ନିକଟ ମେହେନା ଛକରେ ବିପରୀତ ଦିଗରୁ ଆସୁଥିବା ଏକ ଚାରିଚକିଆ ଯାନ ବାଇକ ଦୁଇଟିକୁ ଧକ୍କା ଦେଇଥିଲା । ଗାଡିଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ବାଇକରେ ଥିବା ସମସ୍ତେ ଛିଟିକି ପଡିଥିଲେ । ଦୁର୍ଘଟଣାରେ ଜଣେ ୧୦ ବର୍ଷର ଶିଶୁ ସମେତ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଥିବା ଫାଣ୍ଡି ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି । ୨ ଜଣ ପୁରୁଷ ଗୁରୁତର ଆହତ ଥିବାରୁ ସେମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି । ମୃତକମାନେ ସମସ୍ତେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଘାଟିଜାମ ପାଲିର ଗାଁର ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking