29.1 C
Bhubaneswar
Tuesday, November 26, 2024
Homeଓଡିଶାଅଜଣା ରୋଗ ଆତଙ୍କ : ସପ୍ତାହକରେ ଗଲାଣି ୬ ଜୀବନ

ଅଜଣା ରୋଗ ଆତଙ୍କ : ସପ୍ତାହକରେ ଗଲାଣି ୬ ଜୀବନ

ମାଲକାନଗିରି: ମହାମାରୀ ରୂପ ନେଉଛି ଅଜଣା ରୋଗ । ସପ୍ତାହକ ମଧ୍ୟରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲାଣି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ହଳଦୀକୁଣ୍ଡରେ । ଏଠାରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି ଅଜଣା ରୋଗ । ଗୋଡ଼ ହାତ ଫୁଲିଯିବା ସହ ହଠାତ ଜ୍ୱର ହୋଇ ମୃତ୍ୟୁ ହେଉଥିବା ଜଣାପଡ଼ିଛି । ଏବେ ବି ଗାଁରେ ପାଖାପାଖି ୧୦ ଜଣ ଆକ୍ରାନ୍ତ ରହିଛନ୍ତି ।

ହେଲେ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଡାକ୍ତରଖାନା ପରିବର୍ତ୍ତେ ଗୁଣିଆ ପାଖରେ ଝଡ଼ାଫୁଙ୍ଖାର ଆଶ୍ରୟ ନେଉଛନ୍ତି ଗ୍ରାମବାସୀ । ଟକଲିଗୁଡ଼ା, ବାମନଗୁଡ଼ା ଗାଁରେ ମଧ୍ୟ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ଗାଁ ଲୋକ । ପ୍ରାଥମିକ ଭାବେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ଲୋକଙ୍କୁ ବୁଝାଇ ୪ଜଣଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବାରେ ସଫଳ ହୋଇଛି । ସମସ୍ତଙ୍କ ରକ୍ତନମୂନା ସଂଗ୍ରହ କରି ଘଟଣାର ତଦନ୍ତ କରୁଛି ସ୍ୱାସ୍ଥ୍ୟବିଭାଗ । ତେବେ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଏବଂ ବିଷାକ୍ତ ମଦ ଯୋଗୁଁ ମୃତ୍ୟୁ ହେଉଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking