32.1 C
Bhubaneswar
Saturday, June 7, 2025
Homeଓଡିଶାଟ୍ରକ ମାଲିକଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀ ଜି.କିଷାନ ରେଡ୍ଡୀ ଆଶ୍ୱସ୍ତ କରିଛନ୍ତି:...

ଟ୍ରକ ମାଲିକଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀ ଜି.କିଷାନ ରେଡ୍ଡୀ ଆଶ୍ୱସ୍ତ କରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ଅନୁଗୋଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଅନୁଗୋଳ ଓ କୋଲାଡ ଟ୍ରକ ମାଲିକ ସଂଘର ପ୍ରତିନିଧିଦଳଙ୍କ ଉପସ୍ଥିତିରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ଭେଟିଛନ୍ତି । ଏହି ଆଲୋଚନାକାଳରେ ଟ୍ରକ ମାଲିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା । ଟ୍ରକ୍ ମାଲିକ ଏବଂ ଚାଳକଙ୍କ କଲ୍ୟାଣ ସୁନିଶ୍ଚିତ କରିବା, ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ତଥା ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ସର୍ବାଙ୍ଗିନ ବିକାଶ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ପ୍ରସଙ୍ଗଗୁଡ଼ିକ ସମ୍ଭାବ୍ୟ ସମାଧାନ କରିବା ପାଇଁ ବିଭାଗୀୟ ମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରତିଶ୍ରୁତି ଦେଇଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking