21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶବଜେଟରେ ସବୁଜ ଭାରତ ଗଠନର ପରିକଳ୍ପନା : ମୋଦୀ

ବଜେଟରେ ସବୁଜ ଭାରତ ଗଠନର ପରିକଳ୍ପନା : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨-୨୩ର ବଜେଟକୁ ଆତ୍ମନିର୍ଭର ଭାରତ ବଜେଟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ବଜେଟ ପ୍ରତ୍ୟେକ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି । ଏହି ବଜେଟ ଦେଶର ଅର୍ଥନୀତି ବ୍ୟବସ୍ଥାକୁ ମଜଭୁତ କରିବା ସହିତ ଭାରତକୁ ବିକାଶର ନୂଆ ଦିଗ ଆଣିଦେଇଛି । ପୁଞ୍ଜିନିବେଶ, ଅଧିକ ଭିତ୍ତିଭୂମି ବିକାଶ, ଅଧିକ ବିକାଶ ଓ ଅଧିକ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିଛି । ଏହା ତତ୍କାଳୀନ ଆବଶ୍ୟକତାକୁ ପୂରଣ କରିବା ସହିତ ଯୁବ ସମାଜର ଭବିଷ୍ୟତ ଗଠନକୁ ସୁନିଶ୍ଚିତ କରିଛି । ବଜେଟକୁ ନେଇ ଯେଉଁସବୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ତାହା ଜନତାଙ୍କ ସେବା ଲାଗି ଆମର ଉତ୍ସାହକୁ ବୃଦ୍ଧି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବଜେଟରେ ସବୁଜ ଭାରତ ଗଠନର କଳ୍ପନା କରାଯାଇଛି ।

ସେହିପରି ଡିଜିଟାଲ ଭାରତ ଗଠନ ନିମନ୍ତେ ଡିଜିଟାଲ ମୁଦ୍ରା ପ୍ରଚଳନ ୫ଜି ଟେଲିକମ ସେବା , ବନ୍ଦେ ଭାରତ ଏକ୍ସପ୍ରେସ, କିଷାନ ଡ୍ରୋନ, ନ୍ୟାସନାଲ ହେଲଥ ଇକୋ ସିଷ୍ଟମର ପ୍ରଚଳନ ବ୍ୟବସ୍ଥା କରାଯାଇଛି । ଏହାର ଲାଭ ଗରିବ, ଦଳିତ, ମଧ୍ୟମ,ଅବହେଳିତ ଓ ନିଷ୍ପେଷିତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବ । ଦେଶର ପ୍ରତ୍ୟେକ ଲୋକଙ୍କ ପାଖରେ ପକ୍କା ଘର, ପାଇପ ପାଣି, ଗ୍ୟାସ, ବ୍ୟାଙ୍କ ସୁବିଧା ପହଞ୍ଚାଇବା ଲାଗି ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ପାଇଁ ଦେଶରେ ପର୍ବତମାଳ ଯୋଜନା କରାଯାଇଛି । ଏହି ଯୋଜନାରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ,ଜାମ୍ମୁକାଶ୍ମୀର ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ପାହାଡଗୁଡିକରେ ଅତ୍ୟାଧୁନିକ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା କରାଯିବ । ଏହା ସମାନ୍ତ ଗାଁ ଗୁଡିକୁ ଶକ୍ତି ଯୋଗାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking