26.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶକରୋନା ଟିକାକରଣ ପାଇଁ ଭାରତକୁ ପ୍ରଶଂସା କଲା ୟୁନିସେଫ

କରୋନା ଟିକାକରଣ ପାଇଁ ଭାରତକୁ ପ୍ରଶଂସା କଲା ୟୁନିସେଫ

ନୂଆଦିଲ୍ଲୀ: କରୋନା ଟୀକାକରଣ ପାଇଁ ଭାରତକୁ ପ୍ରଶଂସା କଲା ୟୁନିସେଫ । ୟୁନିସେଫ୍ ଅନୁଯାୟୀ, ଭାରତ ୫୫ ଟି ଦେଶ ଭିତରେ ସେହି ୩ଟି ଦେଶ ଭିତରୁ ଗୋଟିଏ, ଯାହା କୋଭିଡ୍‌-୧୯ ମହାମାରୀ ପରେ ଟୀକାକରଣର ମହତ୍ତ୍ୱକୁ ବଜାୟ ରଖିଛି । ସେହିପରି ବିଶ୍ୱର ସେହି ଦେଶମାନଙ୍କ ମଧ୍ୟରେ ଭାରତ ମଧ୍ୟ ଅଛି, ଯେଉଁଠାରେ ଅନେକ ପିଲାଙ୍କୁ କରୋନା ଟିକାର ଗୋଟିଏ ମାତ୍ରା ଡୋଜ ମଧ୍ୟ ଦିଆଯାଇନାହିଁ । ଭାରତରେ ୨୭ ଲକ୍ଷ ଏଭଳି ପିଲା ଅଛନ୍ତି, ସେମାନଙ୍କୁ ଗୋଟିଏ ବି ଟିକା ଦିଆଯାଇ ନାହିଁ ।

ୟୁନିସେଫର ସ୍ୱାସ୍ଥ୍ୟ ବିଶେଷଜ୍ଞ ବିବେକ ବିରେନ୍ଦ୍ର ସିଂ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଏହି ପିଲାଙ୍କ ସଂଖ୍ୟା ୩୦ ଲକ୍ଷ ଥିଲା । ୨୦୨୦ ରୁ ୨୦୨୧ ମଧ୍ୟରେ ଶିଶୁଙ୍କ ସଂଖ୍ୟା ହ୍ରାସ କରି ୨୭ ଲକ୍ଷରେ ସିମିତ ରଖାଯାଇଛି । ୟୁନିସେଫ୍ ଏହାର ବାର୍ଷିକ ଫ୍ଲାଗସିପ୍ ରିପୋର୍ଟ ‘ ଦ ଷ୍ଟେଟ୍ ଅପ୍ ଦ ୱାର୍ଡ ଚିଲଡ୍ରେନ-୨୦୨୩’ରେ କହିଛି ଯେ, କୋଭିଡ୍‌-୧୯ ମହାମାରୀ ସମୟରେ ୫୫ ଟି ଦେଶ ମଧ୍ୟରୁ ୫୨ ଟିରେ ଶିଶୁଙ୍କ ପାଇଁ ଟୀକାକରଣର ମହତ୍ତ୍ୱ ବିଷୟରେ ସାଧାରଣ ଧାରଣା ହ୍ରାସ ପାଇଛି । ମହାମାରୀ ଆରମ୍ଭ ହେବା ପରେ ଦକ୍ଷିଣ କୋରିଆ, ପାପୁଆ ନ୍ୟୁ ଗିନି, ଘାନା, ସେନେଗଲ ଏବଂ ଜାପାନରେ ପିଲାମାନଙ୍କ ପାଇଁ ଟୀକାକରଣର ଗୁରୁତ୍ୱ ବିଷୟରେ ଏକ ତୃତୀୟାଂଶରୁ ଅଧିକ ହ୍ରାସ ପାଇଛି । ଦି ଭ୍ୟାକ୍ସିନ୍ କନ୍ଫିଡେନ୍ସ ପ୍ରୋଜେକ୍ଟ ଦ୍ୱାରା ସଂଗୃହିତ ଏବଂ ୟୁନିସେଫ୍ ଦ୍ୱାରା ପ୍ରକାଶିତ ନୂତନ ତଥ୍ୟରେ ଚୀନ୍‌, ଭାରତ ଏବଂ ମେକ୍ସିକୋ ଉପରେ ଅଧ୍ୟୟନ କରାଯାଇଥିଲା । ଅଧ୍ୟୟନର ତଥ୍ୟ ସୂଚାଇ ଦେଇଛି ଯେ ଏହି ଦେଶଗୁଡ଼ିକରେ ଟୀକାକରଣର ଗୁରୁତ୍ୱ ବିଷୟରେ ଧାରଣା ରହିଛି । ଟିକାକରଣକୁ ସେଠାରେ ଉନ୍ନତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking