ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହାର ମନିଟାରୀ ପଲିସି ରିପୋର୍ଟ ପ୍ରକାଶ ପାଇଛି । କ୍ରମାଗତ ୧୧ ଥର ପାଇଁ ଆର୍ବିଆଇ ପକ୍ଷରୁ ରେପୋ ରେଟ୍କୁ ଅପରିବର୍ତ୍ତିତ ରଖାଯାଇଛି । ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଛଅ ଜଣିଆ ମନିଟାରି ପଲିସି କମିଟି ଏହି ନିଷ୍ପତ୍ତି ନେଇଛି । ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଥିବା ବେଳେ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ ରହିଛି । କ୍ରମାଗତ ଭାବେ ୧୧ଥର ପାଇଁ ଆର୍ବିଆଇ ରେପୋ ରେଟକୁ ଅପରିବର୍ତ୍ତିତ ରଖିଥିବା ଜଣାପଡ଼ିଛି । କୋଭିଡ୍ ମହାମାରୀ ପ୍ରଭାବରୁ ଅର୍ଥବ୍ୟବସ୍ଥାକୁ ମୁକୁଳାଇବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି । ରେପୋରେଟ୍ ବୃଦ୍ଧି କରିବା ନେଇ ଅନୁମାନ କରାଯାଉଥିଲେ ହେଁ ଏହାକୁ ସ୍ଥିର ରଖାଯାଇଥିବାରୁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡର ଶିକାର ହେବାକୁ ପଡିବ ।
ଆର୍ବିଆଇ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ୨୦୨୨-୨୩ ଆର୍ଥକ ବର୍ଷରେ ଦେଶର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ । ପୂର୍ବରୁ ଏହି ଅଭିବୃଦ୍ଧି ହାର ୭.୮ ରହିବ ବୋଲି ଅନୁମାନ କରାଯାଉଥିଲା । ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧି କାରଣରୁ ଅଭିବୃଦ୍ଧି ହାରକୁ କମ କରାଯାଇଥିବା ଆର୍ବିଆଇ ପକ୍ଷରୁ କୁହାଯାଇଛି । ପ୍ରଥମ ତ୍ରୈମାସିକରେ ଅଭିବୃଦ୍ଧି ହାର ୬.୨, ଦ୍ୱିତୟ ତ୍ରୈମାସିକରେ ୬.୨, ତୃତୀୟ ତ୍ରୈମାସିକରେ ୪.୧, ଚତୁର୍ଥ ତ୍ରୈମାସିକରେ ୪ ପ୍ରତିଶତ ରଖାଯାଇଛି । ଆନ୍ତର୍ଜାତିକ ବଜାରରେ ଅଶୋଧିକ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବା ଫଳରେ ମହଙ୍ଗା ହାର ୫.୭ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି । ଗଭର୍ଣ୍ଣର କହିଛନ୍ତି, କ୍ରମାଗତ ଭାବେ ଦରଦାମ ବଢ଼ି ଚାଲିଛି । ଅନ୍ୟପକ୍ଷରେ ଅଭିବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି, ଯାହାକି ଭାରତୟଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ ଅପରବର୍ତ୍ତିତ ରଖାଯାଇଛି ।
ଏନେଇ ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି, କ୍ରମାଗତ ଭାବେ ମହଙ୍ଗା ବଢ଼ି ଚାଲିଛି । ଅନ୍ୟପକ୍ଷରେ ଅଭିବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି, ଯାହାକି ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ରୁଷ-ୟୁକ୍ରେନ କ୍ରାଇସିସ୍ କାରଣରୁ ଅଶୋଧିତ ତୈଳର ମୂଲ୍ୟ ଉପରେ ସଙ୍କଟ ଜାରି ରହିଛି ।
ଆର୍ବିଆଇ ପକ୍ଷରୁ ବ୍ୟାଙ୍କମାନଙ୍କୁ ଦିଆଯାଇଥିବା ଋଣ ଉପରେ ଯେଉଁ ସୁଧ ଆଦାୟ ହୁଏ ତାହାକୁ ରେପୋ ରେଟ୍ କୁହାଯାଏ । ଅନ୍ୟ ପକ୍ଷରେ ବ୍ୟାଙ୍କ ନିକଟରେ ଜମା ଅତିରିକ୍ତ ଅର୍ଥ ଆର୍ବିଆଇରେ ଜମା କରିବା ଦ୍ୱାରା ଯେଉଁ ସୁଧ ମିଳିଥାଏ ତାହାକୁ ରିଭର୍ସ ରେପୋ ରେଟ୍ କୁହାଯାଏ । ରେପୋ ରେଟ୍ ଅଧିକ ଥିଲେ ବ୍ୟାଙ୍କ ଗୁଡିକୁ ଅଧିକ ସୁଧ ମିଳିଥାଏ ମାତ୍ର ଏହା ଅପରିବର୍ତ୍ତିତ ରହିବା କାରଣରୁ ବିଭିନ୍ନ ଋଣ ଉପରେ ସୁଧହାର ବଢ଼ିବାର ସମ୍ଭାବନା ରହିଥିବା ବେଳେ ଜମାରାଶି ଏବଂ ଫିକ୍ସଡ଼ ଡ଼ିପୋଜିଟ୍ ଉପରେ କମ ସୁଧ ମିଳିବ ।
ସିଆର୍ଆର୍: ନଗଦ ଅର୍ଥ ଅନୁପାତ ବା ସିଆର୍ଆର୍ ମଧ୍ୟ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଥାଏ । ବିଭିନ୍ନ ବ୍ୟାଙ୍କ ଗୁଡିକ ନିଜ ଅର୍ଥର ଏକ ପରିମାଣ ଆର୍ବିଆଇ ନିକଟରେ ସଞ୍ଚୟ କରିଥାନ୍ତି । ବଜାରରେ ଆର୍ଥିକ ଲିକ୍ୟୁଡିଟି ଖରାପ ହେବା ସମୟରେ ଆର୍ବିଆଇ ଏହି ଅର୍ଥ ହସ୍ତାନ୍ତର କରିଥାଏ । ଆର୍ବିଆଇ ନିକଟରେ ସିଆର୍ଆର୍ ବଢ଼ିବା ଦ୍ୱାରା ବ୍ୟାଙ୍କ ନିକଟରେ ଋଣ ପ୍ରଦାନ କରିବା ପାଇଁ ଅର୍ଥରାଶିର ଅଭାବ ଦେଖା ଦିଏ । ଆର୍ବିଆଇ ପକ୍ଷରୁ ସିଆର୍ଆର୍ କମ କରାଯିବା ଦ୍ୱାରା ମଧ୍ୟ ଅର୍ଥନୀତି ପ୍ରଭାବିତ ହୋଇଥାଏ ।
ମୁଦ୍ରାସ୍ଫିତୀ: ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଦେଶରେ ମୁଦ୍ରାସ୍ଫିତୀ ଦିନକୁ ଦିନ ବୃଦ୍ଧି ପାଇବ । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଆର୍ବିଆଇ ପକ୍ଷରୁ ଏହାର ନୀତିରେ କିଛି ପରିବର୍ତ୍ତନ କରାଯିବ । ଆର୍ଥିକ ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦେବା ସହିତ କିଭଳି ଭାବରେ ମୁଦ୍ରାସ୍ଫିତୀକୁ ନିୟନ୍ତ୍ରଣରେ ରଖାଯିବ ଏହା କେନ୍ଦ୍ରୀୟ ବ୍ୟାଙ୍କର ପ୍ରାଥମିକତା ରହିବ ବୋଲି ଦାସ କହିଛନ୍ତି । ପୂର୍ବରୁ ମାନ୍ଦାବସ୍ଥା ୪.୫ ରହିବା ନେଇ ଆକଳନ କରାଯାଇଥିବା ବେଳେ ବୈଠକ ପରେ ଏହାକୁ ୫.୭କୁ ସଂଶୋଧିତ କରାଯାଇଛି ।