ନୂଆଦିଲ୍ଲୀ : ଅସହ୍ୟ ହେଲା ଲିଭ୍ ଇନ ପାର୍ଟନରଙ୍କ ପ୍ରତାରଣା । ଗର୍ଭପାତ ପାଇଁ ଚାପ ପକାଇବାରୁ ଜୀବନ ହାରିଲେ (୩୩) ବର୍ଷିୟା ମହିଳା । ଲିଭ୍ ଇନ୍ରେ ଥିବା ଦିଲ୍ଲୀର ଜଣେ ମହିଳାଙ୍କୁ ତାଙ୍କ ପାର୍ଟନର ବାରମ୍ବାର ଗର୍ଭପାତ କରିବାକୁ କହିବାରୁ ସେ ଶେଷରେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ମହିଳା ଜଣଙ୍କ ପୂର୍ବରୁ ୧୪ଥର ଗର୍ଭବତୀ ହୋଇ ସାରିଥିବା ଜଣାପଡ଼ିଛି ।
ପୂର୍ବ ଥର ଭଳି ଏଥର ବି ତାଙ୍କ ପାର୍ଟନର ଗର୍ଭପାତ କରିବାକୁ କହିଥିଲେ । ମହିଳା ଜଣଙ୍କ ଗର୍ଭପାତ ବି କରାଇଥିଲେ । କିନ୍ତୁ ଏଥିରେ ସେ ଦୁଃଖରେ ଭାଙ୍ଗିପଡ଼ି ଶେଷରେ ଜୀବନ ହାରିଛନ୍ତି । ଜୁଲାଇ ୫ ତାରିଖରେ ଦକ୍ଷିଣ ଦିଲ୍ଲୀର ଜୈତ୍ପୁର ଅଞ୍ଚଳରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରୁ ପୋଲିସ ସୁଇସାଇଡ ନୋଟ ଜବତ କରିଛି । ବାରମ୍ବାର ଗର୍ଭପାତ କରିବାକୁ କହିବାରୁ ପୁରୁଷ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରୁ ଜଣାପଡିଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।