18.1 C
Bhubaneswar
Friday, February 13, 2026
Homeଅପରାଧସ୍ୱାମୀଙ୍କୁ ନ ପାଇ ସ୍ତ୍ରୀ ଉପରକୁ ଗୁଳି ଚଳାଇଲେ ଦୁର୍ବୁତ୍ତ ; ଚାଲିଗଲା ଜୀବନ

ସ୍ୱାମୀଙ୍କୁ ନ ପାଇ ସ୍ତ୍ରୀ ଉପରକୁ ଗୁଳି ଚଳାଇଲେ ଦୁର୍ବୁତ୍ତ ; ଚାଲିଗଲା ଜୀବନ

ପଞ୍ଜାବ : ପଞ୍ଜାବର ଅମୃତସରର ରାଜାସାଂସୀ ଗାଁରେ ଘଟିଛି ନିର୍ମମ ହତ୍ୟାକାଣ୍ଡ । ଦୁଇ ଗୋଷ୍ଠି ମଧ୍ୟରେ କନ୍ଦଳ ନେଲା ସାଂଘାତିକ ରୂପ । ଚାରି ମାସର ଛୁଆକୁ କ୍ଷୀର ପିଆଉଥିବା ତାଙ୍କ ପତ୍ନୀଙ୍କ ଉପରକୁ ଚଳାଇଲେ ଗୁଳି। ମହିଳାଜଣକ ଘଟଣାସ୍ଥଳରେ ଟଳି ପଡ଼ିଥିବା ବେଳେ ଗୁଳି ମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛି ତାଙ୍କ ଛୁଆ। ମୃତ ମହିଳାଜଣକ ହେଲେ ମନ୍ନା କୌରଙ୍କ ପତ୍ନୀ ୩୦ ବର୍ଷୀୟ ହରଜିନ୍ଦର କୌର । ଘଟଣା ଦିନ ହରଜିନ୍ଦର କୌର ନିଜ ଘରେ ଏକୁଟିଆ ଥିବା ବେଳେ ଛୁଆକୁ କ୍ଷୀର ପିଆଉଥିଲେ। ଉକ୍ତ ସମୟରେ ତାଙ୍କ ଘରେ ଦୁଇ ଯୁବକ ଜୋରଜବରଦସ୍ତ ଘରେ ପଶିଥିଲେ। ଏନେଇ ହରଜିନ୍ଦର ତୁରନ୍ତ ନିଜ ସ୍ୱାମୀଙ୍କୁ ଫୋନ୍‌ କରି ଜଣାଇଥିଲେ। ଦୁଇ ଯୁବକ ଘରେ ପଶି ହରଜିନ୍ଦରଙ୍କୁ ତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ପଚାରିଥିଲେ। ଘରେ ସ୍ୱାମୀ ନ ଥିବା ନେଇ ହରଜିନ୍ଦର କହିବା ପରେ ଉକ୍ତ ଯୁବକଦ୍ୱୟ ହଠାତ୍‌ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଜଣକ ସେଠାରେ ପଡ଼ି ଯାଇଥିଲେ ।ଖବର ପାଇ ପୁଲିସ୍‌ ତୁରନ୍ତ ପହଞ୍ଚି ହରଜିନ୍ଦରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ତୁରନ୍ତ ଛାନଭିନ ଆରମ୍ଭ କରି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଉ ୬ ଜଣଙ୍କ ଅଟକ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking