କିଏଭ୍: ରୁଷ୍ ପକ୍ଷରୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ୬ଷ୍ଠ ଦିନରେ ପହଞ୍ଚିଥିବାବେଳେ ରୁଷୀୟ ସେନା ୟୁକ୍ରେନ୍ର ସାଧାରଣ ନାଗରିକ ଏବଂ ବେସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରୁଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସୁଉଚ୍ଚ ଅଟ୍ଟାଳିକା କିମ୍ବା ଆପାର୍ଟମେଣ୍ଟର ଛାତରେ ଅଙ୍କାଯାଇଥିବା ସ୍ୱତନ୍ତ୍ର ଧରଣର ଚିହ୍ନକୁ ତୁରନ୍ତ ହଟାଇବାକୁ ୟୁକ୍ରେନ୍ ସରକାର ନିଜ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଏହି ଚିହ୍ନକୁ ଦେଖି ରୁଷ୍ର ଯୁଦ୍ଧବିମାନଗୁଡିକ ବୋମା ବର୍ଷଣ କରୁଥିବା କୁହାଯାଇଛି । କେତେକ ଅଟ୍ଟାଳିକା ଛାତରେ ଲାଲ ରଙ୍ଗରେ ‘ଢ’ ଚିହ୍ନ ଏବଂ ଆଉ କେତେକ ଛାତରେ ଲାଲ ରଙ୍ଗର ତୀର ଚିହ୍ନ ଅଙ୍କାଯାଇଛି । ଯଦି ଏଭଳି ସ୍ୱତନ୍ତ୍ର ଚିହ୍ନକୁ ଲିଭାଇବାରେ ଅସୁବିଧା ହେଉଥାଏ, ତେବେ ସେଗୁଡିକୁ ଢାଙ୍କିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।