28.1 C
Bhubaneswar
Friday, September 27, 2024
Homeଦେଶ ବିଦେଶସ୍କୁଲ ବ୍ୟାଗ୍ ନେବାକୁ ଭୁଲି ଯାଇଥିଲେ ୟୁକେଜିର ଛାତ୍ର; ଶିକ୍ଷୟିତ୍ରୀ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ...

ସ୍କୁଲ ବ୍ୟାଗ୍ ନେବାକୁ ଭୁଲି ଯାଇଥିଲେ ୟୁକେଜିର ଛାତ୍ର; ଶିକ୍ଷୟିତ୍ରୀ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଆଗ୍ରା : ୟୁପିର ଆଲିଗଡ଼ରୁ ଜଣେ ଶିକ୍ଷୟିତ୍ରୀଙ୍କ ନିଷ୍ଠୁରକାଣ୍ଡର ଖବର ସାମନାକୁ ଆସିଛି । ୟୁକେଜିରେ ପଢୁଥିବା ୭ବର୍ଷିୟ ଜଣେ ଛୋଟ ପିଲାକୁ ଦେଇଥିବା ନିର୍ଦ୍ଦୟ ଦଣ୍ଡ ଏବେ ଚର୍ଚ୍ଚାରେ । ପିଲାଟି ସ୍କୁଲ୍ ବ୍ୟାଗ ନେବାକୁ ଭୁଲି ଯାଇଥିଲା । ଫଳରେ ଶିକ୍ଷୟିତ୍ରୀ ଏଥିରେ ରାଗି ଯାଇ ଥିଲେ । ଆଉ ଅତି ଦୟନୀୟ ଭାବେ ମାଡ଼ ମାରି ଥିଲେ, ଏହାପରେ ପିଲାର ପୋଷାକ ଓହ୍ଲାଇ ତାଙ୍କୁ ଦେଇଥିଲେ ବିଦ୍ୟୁତ ଆଘାତ । ଖବର ଅନୁଯାୟୀ, ସ୍କୁଲ୍ ପରେ ପିଲାଟି କାନ୍ଦି କାନ୍ଦି ଘରକୁ ଫେରି ଥିଲା ଏବଂ ନିଜ ମାଆଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ମାରିବା କଥା କହି ସ୍କୁଲ ଯିବାକୁ ମନା କରିଥିଲା । ମାଆ ତା ଠାରୁ ଶିକ୍ଷକଙ୍କର ନିଷ୍ଠୁରତା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ ।

ବାପା-ମାଆ ଯାଇ ପୁଲିସରେ ମାମଲା ରୁଜୁ କଲେ । ଉକ୍ତ ଘଟଣାର ଏକ ସିସିଟିଭି ଫୁଟେଜ୍ ମଧ୍ୟ ସାମନାକୁ ଆସିଛି । ବର୍ତ୍ତମାନ ପୁଲିସ ଏହି ଫୁଟେଜକୁ କବଜାକୁ ନେଇ ଯାଞ୍ଚ କରୁଛି । ଲୋଧା ପୁଲିସ ଥାନା ଅଞ୍ଚଳର ଭାରତ ନଗଲା ଗାଁର ନିବାସୀ ଦିଲ୍ଲୀପ କୁମାର କହିଛନ୍ତି, ତାଙ୍କ ପୁଅ ଜେମ୍ସ ଖେରେଶ୍ୱର ଧାମ ମନ୍ଦିର ପାଖ ଏକ ଘରୋଇ ସ୍କୁଲରେ ୟୁକେଜିର ଛାତ୍ର । ଘଟଣା ଦିନ ଦିଲ୍ଲୀପ ସହର ବାହାରେ ଥିଲେ ଏବଂ ପିଲାର ମାଆ ଅସୁସ୍ଥ ଥିଲେ । ଏଥିପାଇଁ ପିଲାର ଜେଜେମାଆ ତାକୁ ସ୍କୁଲକୁ ଛାଡ଼ିବାକୁ ଯାଇଥିଲେ ।

ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ପିଲାଟି ନିଜ ସ୍କୁଲ ବ୍ୟାଗ୍ ନେବାକୁ ଭୁଲି ଯାଇ ଥିଲା । ଯେଉଁଥିରେ ଶିକ୍ଷୟିତ୍ରୀ ତାକୁ ଖୁବ୍ ନିର୍ଦ୍ଦୟ ଭାବେ ପିଟି ଥିଲେ । ଏଥିରେ ମନ ଶାନ୍ତି ନହେବାକୁ, ଶିକ୍ଷୟିତ୍ରୀ ପୁଣି ପିଲାର ପୋଷାକ ଓ ଜୋତା ଓହ୍ଲାଇ ତାକୁ ବିଦ୍ୟୁତ୍ ଆଘାତ ଦେଇ ଥିଲେ । ସ୍କୁଲର ପ୍ରଧାନାଚାର୍ଯ୍ୟ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି , ପିଲାକୁ ବିଦ୍ୟୁତ୍ ଆଘାତ ହେବା ଅଭିଯୋଗ ମିଛ । ଆମେ ସିସିଟିଭି ଫୁଟେଜ ଦେଖାଇବାକୁ ପ୍ରସ୍ତୁତ , ସବୁ ଅଭିଯୋଗ ଭିତ୍ତିହୀନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking