18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶୟୁଏଇ ଶାସକଙ୍କ ଛାଡପତ୍ର ମାମଲା : ପତ୍ନୀଙ୍କୁ ଦେବେ ୭୩୩ ନିୟୁତ ଡଲାର କ୍ଷତିପୂରଣ

ୟୁଏଇ ଶାସକଙ୍କ ଛାଡପତ୍ର ମାମଲା : ପତ୍ନୀଙ୍କୁ ଦେବେ ୭୩୩ ନିୟୁତ ଡଲାର କ୍ଷତିପୂରଣ

ଲଣ୍ଡନ: ଏକ ଛାଡପତ୍ର ମାମଲାରେ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକ୍‌ତୁମ୍ ତାଙ୍କର ପୂର୍ବତନ ପତ୍ନୀଙ୍କୁ କ୍ଷତିପୂରଣ ବାବଦରେ ୭୩୩ ନିୟୁତ ଆମେରିକୀୟ ଡଲାର ପ୍ରଦାନ କରିବେ ବୋଲି ଲଣ୍ଡନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ଦୁଇ ସନ୍ତାନ ଜଲିଲା ଓ ଜାୟେଦଙ୍କ ଶିକ୍ଷା ବାବଦକୁ ୩ ନିୟୁତ ପାଉଣ୍ଡ ଏବଂ ବକେୟା ପାଉଣା ବାବଦରେ ୯.୬ ନିୟୁତ ପାଉଣ୍ଡ ପ୍ରଦାନ କରିବାକୁ ମଧ୍ୟ ଶେଖ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୁଇ ସନ୍ତାନ ସାବାଳକ ହେବାପର୍ଯ୍ୟନ୍ତ ସେମାନଙ୍କୁ ବାର୍ଷିକ ୧୧.୨ ନିୟୁତ ପାଉଣ୍ଡ ଅର୍ଥ ପ୍ରଦାନ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଦୁବାଇ ଶାସକଙ୍କ ପତ୍ନୀ ରାଜକୁମାରୀ ହାୟା ଦେଉଛନ୍ତି ଜୋର୍ଡାନ ରାଜା ଅବଦୁଲ୍ଲାଙ୍କ ସାବତ ଭଉଣୀ । ଶେଖ୍ ମହମ୍ମଦ ଓ ହାୟାଙ୍କର ୨ଟି ସନ୍ତାନ ଅଛନ୍ତି । ଶେଖ୍ ନିଜ ତରଫରୁ ଛାଡପତ୍ର ଦେଇଥିବାରୁ ହାୟା ନିଜର ଲଣ୍ଡନସ୍ଥିତ ବାସଭବନର ରକ୍ଷଣାବେକ୍ଷଣ, ଦୁଇ ସନ୍ତାନଙ୍କ ଲାଳନ ପାଳନ ଏବଂ ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ ଏଭଳି କ୍ଷତିପୂରଣ ଦାବି କରିଥିଲେ । ଦାମ୍ପତ୍ୟ ଜୀବନରେ ଫାଟ ଯୋଗୁଁ ହାୟାଙ୍କ ଜୀବନରେ ଯେଉଁ କ୍ଷତି ଘଟିଲା, ତାହାକୁ କେତେକାଂଶରେ ପୂରଣ କରିବା ଶେଖ୍‌ଙ୍କ କର୍ତ୍ତବ୍ୟ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି । ଏହି କ୍ଷତିପୂରଣ ଅର୍ଥକୁ ଏଚ୍‌ଏସ୍‌ବିସି ବ୍ୟାଙ୍କ୍‌ରେ ଜମା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking