ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରିଷିକେଶରେ ୩ ଜଣ ଯୋଗ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଏହାର କାରଣ ଜାଣି ବି ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ଏହି ୩ ଜଣ ଯୋଗ ଶିକ୍ଷକ ଜଣେ ଜାପାିନଜ୍ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବାରୁ ତାଙ୍କୁ ପୋଲିସ ଗିରଫ କରିଛି ବୋଲି ସୂଚନା ମିଳିଛି । ଉତ୍ତରାଖଣ୍ଡ ରିଷିକେଶର ଆମ୍ ବାଘ୍ ଅଂଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଅଭିଯୁକ୍ତ ତିନି ଜଣ ଯାକ ମହିଳାଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଥିବା କୋଟଓାଲି ପୋଲିସ ଷ୍ଟେସନର ଇନଚାର୍ଜ ରିତେଶ ଶାହ କହିଛନ୍ତି । ମହିଳା ଜଣକ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ରବିବାର ଦିନ ପୋଲିସ ସେମାନଙ୍କ ଘରୁ ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଅମୃତସରର ହରିକିଷାନ, ଡେରାଡୁନର ଚନ୍ଦ୍ରକାନ୍ତ ଏବଂ ହିମାଚଳପ୍ରଦେଶର ଚାମ୍ବା ବୋଲି ଜଣାପଡିଛି ।