28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ସଫା

ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ସଫା

ଶ୍ରୀନଗର: ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କଲା ଭାରତୀୟ ସେନାର ଯବାନ । ଯବାନଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ସୂଚନା । ପୁଞ୍ଚ ଜିଲ୍ଲାର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ଉଦ୍ୟମ କରିଥିବା ବେଳେ ଆତଙ୍କବାଦୀଙ୍କ ଉପରୁ ଗୁଳି ଚଳାଇଥିଲେ ଭାରତୀୟ ଯବାନ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁନେଲ ବାର୍ଟୱାଲ ଏକ ବିବୃତ୍ତିରେ କହିଛନ୍ତି ଯେ, ପୁଞ୍ଚ ଜିଲ୍ଲାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଦୁଇ ଆତଙ୍କୀଙ୍କୁ ନିପାତ କରାଯାଇଛି । ଗତ ଦୁଇ ଦିନ ହେଲା ଉକ୍ତ ଅଞ୍ଚଳରେ ଭାରତୀୟ ସେନା ଏବଂ ସ୍ଥାନୀୟ ପୋଲିସର ମିଳିତ ଅପରେସନ ଚଳାଇଥିବା ବେଳେ ଦୁଇଜଣ ଅନୁପ୍ରବେଶକାରୀ ଆତଙ୍କବାଦୀ ଆଜି ନିହତ ହୋଇଛନ୍ତି ।

ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ସଙ୍ଗେ ସଙ୍ଗେ ତଳେ ଟଳିପଡିଥିବା ବେଳେ ଅନ୍ୟ ଜଣେ ପଳାଇବାକୁ ଚେଷ୍ଟା କରୁଥିଲେ । କିଛି ସମୟ ପରେ ତାର ମୃତଦେହ ଏଲଓସି ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା । ଦୁଇ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେମାନେ କେଉଁ ଆତଙ୍କୀ ସଂଗଠନର ତାହା ମଧ୍ୟ ଜଣାପଡିନାହିଁ । ନିୟନ୍ତ୍ରଣ ରେଖାରେ ଏଭଳି ସ୍ଥିତିକୁ ଦେଖି ଜମ୍ମୁ କଶ୍ମୀରରେ ସୀମା ସୁରକ୍ଷାକୁ ଆହୁରି କଡାକଡ଼ି କରାଯାଇଛି । ପୁଞ୍ଚ ଜିଲ୍ଲାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking