ଶିରାଜ: ଗତବର୍ଷ ଅକ୍ଟୋବରରେ ଇରାନ୍ର ଶିୟା ମସ୍ଜିଦ୍ ଉପରେ ଆକ୍ରମଣ କରିଥିବା ଦୁଇଜଣ ଆତଙ୍କୀ ଶନିବାର ସର୍ବସାଧାରଣରେ ଫାଶୀ ଦଆଯାଇଛି । ଷ୍ଟେଟ୍ ମିଡିଆ ଇର୍ନା ଅନୁସାରେ ଶିରଜ ସହରରେ ସକାଳେ ସେମାନଙ୍କୁ ଫାଶୀ ଦିଆଯାଇଛି । ଅଭିଯୁକ୍ତ ଆଫଗାନିସ୍ତାନ ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍ ସମ୍ପର୍କରେ ଥିବା ଶୁଣାଣି ବେଳେ ସ୍ୱୀକାର କରିଥିଲେ । ଶାହ ଚେରାଗ ମସ୍ଜିଦ୍ ଉପରେ ଆକ୍ରମଣ ପାଇଁ ଆତଙ୍କୀଙ୍କ ସହାୟତା କରିଥିଲେ ।
ଦୁଇ ଅଭିଯୁକ୍ତଙ୍କ ନାମ ମହମ୍ମଦ ରମେଜ୍ ରଶିଦି ଏବଂ ନଇମ୍ ହଶେମ ଘୋଟାଲି ବୋଲି ଇର୍ନା ପକ୍ଷରୁ କୁହାଯାଇଛି । ଦୁହିଁଙ୍କ ଇରାନ୍ ସୁପ୍ରିମ୍କୋର୍ଟ ମାର୍ଚ୍ଚ ୧୬ରେ ଫାଶୀ ଦଣ୍ଡାଦେଶ ଶୁଣାଣିଥିଲା । ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୨୬ ତାରିଖରେ ଶିୟା ମସ୍ଜିଦ୍ ଉପରେ ହୋଇଥିବା ଆକ୍ରମଣରେ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ମୃତାହତଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶୁଶୁ ମଧ୍ୟ ସାମିଲ ଥିଲେ । ଆତଙ୍କୀ ସଂଗଠନ ଆଇଏସ୍ଆଇଏସ୍ ଏହି ଆକ୍ରମଣ ପାଇଁ ନିଜ ଦାୟୀ କରିଥିଲା ।